Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍

Odisha

ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍

ଅର୍ଗସ ବ୍ୟୁରୋ: ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍ । ବର୍ଷା ପାଣିର ସୁଅରେ ଭାସିଯାଇ ୧୧ ବର୍ଷର ଛାତ୍ରର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି ୧୪ ନଂ ଗଳିରେ । ମୃତ ନାବାଳକ ସାଇରାମ ପାତ୍ର । ରାତ୍ର ୮ଟା ସମୟରେ ଟ୍ୟୁସନ୍ ସାରି ଘରକୁ ଫେରୁଥିବାବେଳେ ନାଳରେ ଖସି ଭାସି ଯାଇଥିଲେ ନାବାଳକ । ଡ୍ରେନରେ ପାଣିର ସୁଅ ଏତେ ମାତ୍ରାରେ ଥିଲା ଯେ, ସେ ଚଲାଉଥିବା ସାଇକେଲ ସହ ନିଜେ ଭାସି ଯାଇଥିଲେ । ସାଇକେଲ ମିଳିଥିଲା କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପିଲାର ପତ୍ତା ମିଳିନଥିଲା । ଖବର ପାଇ ଅଗ୍ନିଶମ ଟିମ୍, BMC ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ । ଦୀର୍ଘ 5ଘଣ୍ଟା ପରେ ଡ୍ରେନ ଶେଷ ଭାଗରେ ଥିବା ପଙ୍କରୁ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ପରେ BMCର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଲକ୍ଷ୍ମୀ ନୃସିଂହ ସାହି ଦେଇ ୫ଟି ୱାର୍ଡର  ଡ୍ରେନ୍ ପାଣି ନିଷ୍କାସନ ହେଉଥିବାବେଳେ ଅସରାଏ ବର୍ଷାରେ ଅଣ୍ଟାଏ ଉଚ୍ଚର ପାଣି ଜମେ । ଏ ନେଇ ସାହି ବାସିନ୍ଦା ବହୁବାର ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନାହିଁ । ଆଉ ଏବେ ଜଣଙ୍କ ମୃତ୍ୟୁ ପରେ ବିଏମସି ଲୋକ ଦେଖାଣିଆ ପଦକ୍ଷେପ ନେଇଥବା ଦେଖାଯାଇଛି । ସେପଟେ ଘଟଣା ପରେ ମୃତ ଛାତ୍ରଙ୍କ ପରିବାରକୁ ଭେଟିଥିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଛନ୍ତି ୱାର୍ଡ ବାସିନ୍ଦା

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Again, it is time to drain the mouth | Argus News