Videos
|
Odisha

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

Ritu Das
Browse all articles by Ritu Das
·2 years ago·1 min read
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ୁଛି ଜନନୀ ଯନ୍ତ୍ରଣା। ପୁଣି  ଖଟିଆରେ ୬ କିଲୋମିଟର ବୁହା ହେଲେ ଗର୍ଭବତୀ। ଗର୍ଭବତୀ ମହିଳାଙ୍କୁ ସ୍ଵାମୀ ପବିତ୍ର ମାଝି ଓ ତିନି ଜଣ ମିଶି ଖଟିଆ ସାହାଯ୍ୟରେ ଦୀର୍ଘ ୬ କିଲୋମିଟର ବୋହି ନେଇଥିଲେ। ସୂଚନା ଅନୁଯାୟୀ ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ମାସ୍କାଗୁଡ଼ା ଗ୍ରାମର କୁମାରୀ ମାଝି (22) ଗର୍ଭବତୀ ଥିଲେ। 

ଗର୍ଭ ଯନ୍ତ୍ରଣା ଅନୁଭବ ହେବାରୁ ଆଶା ଦିଦି ଶାନ୍ତି ପାତ୍ରଙ୍କୁ ଯୋଗାଯୋଗ କରିଥିଲେ। ଆଜି ସକାଳେ ଆଶା ଦିଦି 108 ଆମ୍ବୁଲାନ୍ସକୁ ଫୋନ ଯୋଗେ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଲା ସତ କିନ୍ତୁ ମାସ୍କାଗୁଡା ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ଭଲ ରାସ୍ତାଟିଏ ନ ଥିଲା। ଗାଁଠାରୁ ଦୀର୍ଘ 6 କିଲୋ ମିଟର ଦୂରରେ ରହିଲା ଆମ୍ବୁଲାନ୍ସ। ସ୍ବାମୀ ପବିତ୍ର ମାଝି ଓ ଦୁଇ ଜଣ ମହିଳା ମିଶି ଗର୍ଭବତୀ କୁମାରୀ ମାଝିଙ୍କୁ ଖଟିଆରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
again pregnent | Argus News