ନିର୍ବାଚନ ପୂର୍ବରୁ ବୋରିଗୁମ୍ମାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁଣି ବୋରିଗୁମ୍ମାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ। ଆଦିବାସୀ ଅଞ୍ଚଳରେ ମଦ ବିକ୍ରିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ ମହିଳା।ଏମିତି କି ବେଆଇନ ଭାବେ ମଦ ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ବି କରିଛନ୍ତି ଏମାନେ। ଆଉ ଗାଁରେ ମଦବିକ୍ରି ବନ୍ଦ କରିବା ନେଇ ଶହ ଶହ ମହିଳା ଓ ପୁରୁଷ ରାଲି କରି ଜନ ସଚେତ କରାଇଛନ୍ତି।ଏଭଳି ଦୃଶ ସାମ୍ନା କୁ ଆସିଛି ବୋରିଗୁମ୍ମା ବ୍ଲକର ବଡ଼ ଦୁବୁଲି ଗାଁରୁ। ଦିନକୁ ଦିନ ଦେଶୀ ମଦ ବିପୁଳ ପରିମାଣରେ ବିକ୍ରି ହେଉଛି ଫଳରେ ଯୁବକ ମାନେ ମଦ ପିଇ ନାନା କୁକର୍ମ ରେ ଲିପ୍ତ ରହୁଛନ୍ତି।ମହିଳା ମାନେ ଦିନ ମଜୁରିଆ ଭାବେ କାଜୁ ମିଲ ରେ କାମ କରି ଦୁଇ ପଇସା ରୋଜଗାର କରି ଆଣିଲେ ପୁରୁଷ ମାନେ ସ୍ତ୍ରୀ କୁ ମାରଧାର କରି ଟଙ୍କା ଛଡାଇ ନେଇ ମଦ ପିଉଛନ୍ତି।
ଏମିତିକି ସରକାର ପକ୍ଷରୁ ମିଳୁଥିବା ଚାଉଳକୁ ବିକ୍ରି କରି ମଦ ପିଉଛନ୍ତି। ଅଳ୍ପ ବୟସରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଆଉ ମୃତ୍ୟୁ ମୁଖରେ ପଡୁଛନ୍ତି ଫଳରେ ଅନେକ ମହିଳା ଅଳ୍ପ ବୟସର ବିଧବା ସାଜୁଛନ୍ତି।ଗାଁ ରେ ସବୁବେଳେ ଘରେ ଘରେ ମଦକୁ ନେଇ ଅଶାନ୍ତି ବଢୁଛି।ଏଥି ପାଇଁ ମଦ ବିକ୍ରି ବନ୍ଦ ପାଇଁ ମହିଳା ମାନେ ଏକତ୍ରିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: