AI Syllabus / ପିଲାଏ ପଢ଼ିବେ AI ପାଠ, ୨୦୨୬-୨୭ ଶିକ୍ଷା ବର୍ଷରୁ ଆରମ୍ଭ ହେବ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମ
·8 months ago·2 min read

Key Points
ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଦିଆଯିବ AI ଶିକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ କମ୍ୟୁଟେସନାଲ୍ ଥିଙ୍କିଂକୁ ଭବିଷ୍ୟତ ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ ଭାବେ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି ।
ଭୁବନେଶ୍ଵର: ପ୍ରାଥମିକ ବିଦ୍ୟାଳୟରୁ ବଢ଼ିବ ପିଲାଙ୍କ ଦକ୍ଷତା । ପାଠ୍ୟକ୍ରମରେ ସାମିଲ୍ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ୨୦୨୬-୨୭ ଶିକ୍ଷା ବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁରୂପ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମର ଶୁଭାରମ୍ଭ ହେବ ।
ନିଷ୍ପତ୍ତି ଅନୁସାରେ, ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଦିଆଯିବ AI ଶିକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ କମ୍ୟୁଟେସନାଲ୍ ଥିଙ୍କିଂକୁ ଭବିଷ୍ୟତ ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ ଭାବେ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି ।
ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା-୨୦୨୩ର ଏକ ଅର୍ଥପୂର୍ଣ୍ଣ ଏବଂ ସମାବେଶୀ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା CBSE, NCERT, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦ ବିଦ୍ୟାଳୟ ସଂଗଠନ ଭଳି ଅନୁଷ୍ଠାନଗୁ଼ଡ଼ିକୁ ସହାୟତା କରୁଛି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଶିଖିବା, ଚିନ୍ତା କରିବା ଏବଂ ଶିଖାଇବାର ଅବଧାରଣାକୁ ସୁଦୃଢ଼ କରିବ । ସାର୍ବଜନୀନ ହିତ ପାଇଁ AIର ପ୍ରଚଳନକୁ ବିସ୍ତାର କରିବ । ଏହି ପ୍ରୟାସ ଜଟିଳ ଆହ୍ଵାନକୁ ସମାଧାନ କରିବା ଲାଗି AIର ନୈତିକ ଉପଯୋଗ ଦିଗରେ ହେବ ନୂତନ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ତୃତୀୟ ଶ୍ରେଣୀରୁ ଏହି ବୈଷୟିକ ଶିକ୍ଷା ଆରମ୍ଭ ହେବା ଫଳରେ ମୌଳିକ ସ୍ତରରେ ଏହାକୁ ସାମିଲ କରାଯାଇ ପାରିବ ।
ପ୍ରସଙ୍ଗରେ ଅକ୍ଟୋବର ୨୯ ତାରିଖରେ ଏକ ଅଂଶୀଦାର ବିଚାରବିମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । CBSE, NCERT, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ସମେତ ବାହ୍ୟ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମ ବିକଶିତ କରିବା ଲାଗି ଆଇଆଇଟି ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ଦି'ଥର ଧସିଲାଣି ପାହାଡ଼; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଭୟରେ ଲୋକେ
ସ୍କୁଲ୍ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, "କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡ଼ିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ । ଶିକ୍ଷକ ତାଲିମ ମଡ୍ୟୁଲ୍ ଏବଂ ଭିଡିଓ ଆଧାରିତ ଶିକ୍ଷା ସମ୍ବଳ ସମେତ ଶିକ୍ଷକ ତାଲିମ ଏବଂ ଶିକ୍ଷା-ଶିକ୍ଷଣ ସାମଗ୍ରୀ ପାଠ୍ୟକ୍ରମ କାର୍ଯ୍ୟକାରିତାର ଆଧାର ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories