Landslide / ୨୪ ଘଣ୍ଟାରେ ଦି'ଥର ଧସିଲାଣି ପାହାଡ଼; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଭୟରେ ଲୋକେ
·8 months ago·3 min read

Key Points
ଜିଲ୍ଲାରେ ପୁଣି ଥରେ ପାହାଡ଼ ଧସିଛି । ମୋହନା ବ୍ଲକ ବାଲିବାଡ଼ା ଗାଁ ଘାଟି ରାସ୍ତାରେ ପୁଣି ପାହାଡ଼ରୁ ମାଟି ଅତଡ଼ା ଧସିବାରୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇଛି । ଯାହାଫଳରେ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ପାରଳାଖେମୁଣ୍ଡି: ଭୟରେ ଗଜପତି, ଧସୁଛି ପାହାଡ଼, ଅସରାଏ ବର୍ଷାରେ ହେଉଛି ଭୂସ୍ଖଳନ । ଯାହାକୁ ନେଇ ଗଜପତି ଜିଲ୍ଲାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଜିଲ୍ଲାରେ ପୁଣି ଥରେ ପାହାଡ଼ ଧସିଛି । ମୋହନା ବ୍ଲକ ବାଲିବାଡ଼ା ଗାଁ ଘାଟି ରାସ୍ତାରେ ପୁଣି ପାହାଡ଼ରୁ ମାଟି ଅତଡ଼ା ଧସିବାରୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇଛି ।
ଯାହାଫଳରେ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକେ ମେଡିକାଲ୍, ଦୈନଦିନ ହାଟ, ବଜାରକୁ ଯାଇ ପାରୁନାହାନ୍ତି । ଗୁରୁବାର ସକାଳେ ଏହି ଘାଟି ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା । ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ମାଟି ଅତଡ଼ା ହଟା ଯିବା ପରେ ସ୍ଵାଭାବିକ ହୋଇଥିଲା ଯାତାୟାତ ।
ଏଥିସହ ପଢ଼ନ୍ତୁ: ବାତ୍ୟା ବେଳେ ଭୂସ୍ଖଳନ ଭୟ; ଗଜପତିର ୧୩୯ ସ୍ଥାନ ବିପଦସଂକୁଳ ଚିହ୍ନଟ
ହେଲେ ପୁଣି ଗତ ରାତିରେ ବଡ଼ ଧରଣର ଭୂସ୍ଖଳନ ହୋଇ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ଏବେ ବି କିଛି ସମୟ ବ୍ୟବଧାନରେ ପାହାଡ଼ରୁ ଧସିବାରେ ଲାଗିଛି ମାଟି ଅତଡ଼ା । ଫଳରେ ନିକଟକୁ ଯିବା ବିପଦପୂର୍ଣ୍ଣ ହୋଇଥିବାରୁ ରାସ୍ତାରୁ ଅତଡ଼ା ହଟାଇବା କାର୍ଯ୍ୟ ହୋଇ ପାରୁନାହିଁ ।
ସେପଟେ ବାତ୍ୟା 'ମୋନ୍ଥା' ପ୍ରଭାବରେ ଗଜପତି ଜଲ୍ଲାରେ ୨୭ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସହ ଗଛ ଭାଙ୍ଗି ପଡ଼ିଥିଲା । ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ । କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ମାସକ ମଧ୍ୟରେ ଦୁଇ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଗଜପତି ଜିଲ୍ଲା । ଫଳରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେଇଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଲଗାଣ ବର୍ଷା ସମୟରେ ଜିଲ୍ଲାର ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଏବେ ବାତ୍ୟା ପରେ ବି ଭୂସ୍ଖଳନ ଲାଗି ରହିଛି ।
ଜିଲ୍ଲାରେ ବାରମ୍ବାର ଭୂସ୍ଖଳନ ଭଳି ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଗଜପତିରେ ରହିଛି ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ।
ଜିଲ୍ଲାରେ ଚିହ୍ନଟ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ପାରଳାଖେମୁଣ୍ଡି ଓ ମୋହନାରେ ସର୍ବାଧିକ ୨୭ଟି ସ୍ଥାନ ଚିହ୍ନଟ କରାଯାଇଛି । ଯାହାକି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଛି । ସେହିଭଳି ପୂର୍ତ୍ତ ବିଭାଗ ଅଧିନରେ ଆସୁଥିବା ପାରଳାଖେମୁଣ୍ଡିର ୮ଟି ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ରୋକିବାକୁ ସରକାର କରିବେ ମାଷ୍ଟର ପ୍ଲାନ୍, ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲେ ଦିଆଯିବ କ୍ଷତିପୂରଣ
ଗଜପତି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ୩ଟି ସ୍ଥାନରେ ରହିଛି ଭୂସ୍ଖଳନ ହେବାର ଆଶଙ୍କା । ସେହିଭଳି ମୋହନା ବ୍ଲକର ୧୪ ଗାଁ, ଗୁମ୍ମା ବ୍ଲକର ୨୯ ଗାଁ, ରାୟଗଡ଼ ବ୍ଲକର ୨୦ ଗାଁ, ଆର. ଉଦୟଗିରି ବ୍ଲକର ୨୪ ଗାଁ ଓ ନୂଆଗଡ଼ ବ୍ଲକର ୧୪ ଗାଁରେ ଭୂସ୍ଖଳନ ଆଶଙ୍କା କରିଛି ପ୍ରଶାସନ ।
ଗଜପତିରେ ଭୂସ୍ଖଳନ ପରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଭୂସ୍ଖଳନ ରୋକିବା ପାଇଁ ସରକାର ତିଆରି କରିବେ ମାଷ୍ଟର ପ୍ଲାନ୍ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: