Videos
|
Odisha

 ପ୍ରଥମ ଦିନ ଭଳି ପରୀକ୍ଷାର ଦ୍ବିତୀୟ ଦିନରେ ମଧ୍ୟ ଅବ୍ୟବସ୍ଥା ଠାବ କଲା  AI 

Manini Pattanayak
Browse all articles by Manini Pattanayak
·2 years ago·1 min read
 ପ୍ରଥମ ଦିନ ଭଳି ପରୀକ୍ଷାର ଦ୍ବିତୀୟ ଦିନରେ ମଧ୍ୟ ଅବ୍ୟବସ୍ଥା ଠାବ କଲା  AI 

କଟକ:  ପ୍ରଥମ ଦିନ ଭଳି ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି AI । ରାଜ୍ୟର ମୋଟ ୭ଟି ପରୀକ୍ଷା କେନ୍ଦ୍ରରେ ଏହି ମନୁଷ୍ୟକୃତ ତୃଟି ସାମନାକୁ ଆସିଛି । ଦ୍ବିତୀୟ ଦିନ ଦ୍ବିତୀୟ ଭାଷା ଇଂରାଜି  ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ୧୦ ଜଣ ପରୀକ୍ଷାର୍ଥୀଙ୍କୁ AI ଚିହ୍ନଟ କରିବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ସମସ୍ତ ୭ଟି ଯାକ କ୍ଷେତ୍ରରେ ପରୀକ୍ଷା ପରିଚାଳନାରେ ଗୁରୁତର ତୃଟି ସାମନାକୁ ଆସିଥିଲା ।

ବଡ଼ କଥା ହେଉଛି କି AI ଦ୍ବାରା ସଂଗୃହିତ ହୋଇଥିବା ଲାଇଭ ଭିଡିଓରୁ ଏହି  ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା ଦାୟୀତ୍ବରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାୟୀତ୍ବ ହୀନତା ଧରା ପଡିଥିଲା । ଫଳସ୍ବରୂପ ସେମାନଙ୍କ ମଧ୍ୟରୁ କିଛି ଅଧିକାରୀଙ୍କୁ ତାଗିଦ କରି ଛାଡି ଦିଆଯାଇଥିବା ବେଳେ ଆଉ କିଛିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ବୋର୍ଡ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AI has created chaos in various examination centers of the state | Argus News