Crime News / ଆକ୍ସନ ମୋଡରେ ଅବକାରୀ ବିଭାଗ , ନିଶା ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଲୋଡ଼ିଲା NCBର ସହାୟତା
·41 mins ago·1 min read

Key Points
ଆକ୍ସନ ମୋଡରେ ଅବକାରୀ ବିଭାଗ
ନିଶା ମାଫିଆଙ୍କ ଭାଙ୍ଗିବ ଅଣ୍ଟା
NCBର ସହାୟତା ଲୋଡିଲା ଅବକାରୀ ବିଭାଗ
ନିଶା ମାଫିଆଙ୍କ ଭାଙ୍ଗିବ ଅଣ୍ଟା
NCBର ସହାୟତା ଲୋଡିଲା ଅବକାରୀ ବିଭାଗ
ଭୂବନେଶ୍ବର,୩୦/୧୦: ରାଜଧାନୀରେ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ଘଟଣାରେ ଆସିଛି ନୂଆ ମୋଡ଼। ନିଶା କାରବାରର ଚେର ଖୋଜିବାକୁ ଏବେ ତଦନ୍ତ ପରିସରକୁ ଆସିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)। ଏହି ଘଟଣାର ଗଭୀର ତଦନ୍ତ ଏବଂ ନିଶା କାରବାର ପଛରେ ଥିବା ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବା ପାଇଁ ଅବକାରୀ ବିଭାଗ ଏନସିବିର ହସ୍ତକ୍ଷେପ ଲୋଡ଼ିଛି। ଏନେଇ ଅବକାରୀ ସୁପରିଟେଣ୍ଡେଣ୍ଟ ଏନସିବିକୁ ଚିଠି ଲେଖିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାଜଧାନୀରୁ ୭୫୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏତେ ପରିମାଣର ନିଶାଦ୍ରବ୍ୟ କେଉଁଠୁ ଆସିଲା ଏବଂ କାହା ନିର୍ଦ୍ଦେଶରେ ଏହାର ଯୋଗାଣ ହେଉଥିଲା, ତାହାକୁ ନେଇ ତଦନ୍ତ ଜୋରଦାର ହୋଇଛି। ପ୍ରାଥମିକ ତଦନ୍ତରୁ ଏହି ନିଶା କାରବାରର ମାଷ୍ଟରମାଇଣ୍ଡ କୋଲକାତାରେ ବସି ନେଟୱର୍କ ଚଳାଉଥିବା ସୂଚନା ମିଳିଛି। ତେଣୁ କେବଳ ନିଶାଦ୍ରବ୍ୟ ଜବତ କିମ୍ବା ଏହାର ବାହକଙ୍କୁ ଧରିବାରେ ତଦନ୍ତକୁ ସୀମିତ ନରଖି, ଏହା ପଛରେ ଥିବା ପୂରା ଯୋଗାଣ ଶୃଙ୍ଖଳକୁ ଠାବ କରିବାକୁ ଯୋଜନା କରିଛି ଅବକାରୀ ବିଭାଗ।
ପଢନ୍ତୁ ଏହି ଖବର: ACF ସୌମ୍ୟରଞ୍ଜନ ମାମଲା, ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ
ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି? କୋଲକାତାରୁ କିପରି ଓଡ଼ିଶାକୁ ବ୍ରାଉନ୍ ସୁଗାର ଯୋଗାଣ ହେଉଥିଲା? ଏହା ପଛରେ କୌଣସି ବଡ଼ ଆନ୍ତଃରାଜ୍ୟ ନିଶା ରାକେଟ୍ କାମ କରୁଛି କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ଏନସିବିର ସହଯୋଗ ମିଳିଲେ ନିଶା କାରବାରର ଆନ୍ତଃରାଜ୍ୟ ଲିଙ୍କ୍ ଏବଂ ଏହାର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବା ସହଜ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories