Videos
|
Odisha

ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ

ଅର୍ଗସ ବ୍ୟୁରୋ: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ୟରେ ଏମ୍ସ ଭୁବନେଶ୍ୱରରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଅମୃତ କାଳର ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସେବା ଯୋଗାଇବାଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଏମ୍ସ ଭୁବନେଶ୍ୱର ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଡ. ବିଶ୍ଵାସ। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏମ୍ସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ନିକଟରେ ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ବାବଦରେ ପ୍ରକାଶ କରିଥିଲେ। ଏଥିସହିତ ଆଗାମୀ ଦିନମାନଙ୍କରେ ଏମ୍ସ ପକ୍ଷରୁ ହେବାକୁ ଥିବା ଏକାଧିକ ନୂତନ ବ୍ୟବସ୍ଥା ଉପରେ ସୂଚନା ରଖିଥିଲେ ଡ. ବିଶ୍ଵାସ।

ଏହି କାର୍ଯ୍ୟକ୍ରମରେ ଡ. ବିଶ୍ଵାସଙ୍କ ସମେତ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ଧନ୍ୟବାଦ ଅର୍ପଣ ସହିତ ବିକଶିତ ଭାରତ ସମ୍ବନ୍ଧରେ ମତ ରଖିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରିବେଶକୁ ଆହୁରି ଅଧିକ ଜୀବନ୍ତ କରିବା ସହିତ ଦେଶପ୍ରେମର ଧାରା ପ୍ରବାହିତ କରିଥିଲା। ଏହି ମହତ ଉତ୍ସବରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏକ ବିକଶିତ ତଥା ସୁସ୍ଥ ଭାରତର ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ, ନିକଟ ଭବିଷ୍ୟତରେ ଜନସାଧାରଣଙ୍କ ପାଇଁ ଆହୁରି ଅଧିକ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନର ପ୍ରତିଶୃତି ସହିତ ଏମ୍ସ ଭୁବନେଶ୍ୱର ନିଜର ଏକଦଶନ୍ଧିର ଗୌରମୟ ଯାତ୍ରା ଜାରି ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AIIMS Bhubaneswar Commemorates 75th Republic Day With Patriotic Spirit | Argus News