Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏମ୍ସ ଭୁବନେଶ୍ୱରରେ ବିଶ୍ଵ ଯକୃତ ଦିବସ

Odisha

ଏମ୍ସ ଭୁବନେଶ୍ୱରରେ ବିଶ୍ଵ ଯକୃତ ଦିବସ

Manini Pattanayak
Browse all articles by Manini Pattanayak
·2 years ago·2 min read
ଏମ୍ସ ଭୁବନେଶ୍ୱରରେ ବିଶ୍ଵ ଯକୃତ ଦିବସ

 -ଏମ୍ସ ଭୁବନେଶ୍ୱରରେ ବିଶ୍ଵ ଯକୃତ ଦିବସ, ବିଭିନ୍ନ ଯକୃତ ରୋଗ ସମ୍ପର୍କରେ ରୋଗୀ ସଚେତନତା ଏବଂ ଚିକିତ୍ସକଙ୍କ ସହିତ ସିଧାସଳଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ 
-  ଏମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ପରାମର୍ଶ ପାଇଁ ଆସୁଛନ୍ତି ମାସିକ ପ୍ରାୟ ୧୫ଶହ ଯକୃତ ରୋଗୀ 
- ମଦ୍ୟପାନ ନକରିବା, ଫାଷ୍ଟଫୁଡ କିମ୍ବା ଜଙ୍କ୍ ଫୁଡରୁ ଦୂରେଇ ରହିବା, ହେପାଟାଇଟିସ୍ ବି ଟିକା ନେବା ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଯକୃତ ରୋଗକୁ ରୋକାଯାଇପାରିବ

ଭୁବନେଶ୍ୱର: ଆଜି ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ ରୋଗ ଏବଂ ଏକ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଓପିଡିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଂଶଗ୍ରହଣ କରିଥିଲେ।

ଏମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ଚିକିତ୍ସା ନିମନ୍ତେ ମାସିକ ପ୍ରାୟ ୪ହଜାରରୁ ୫ ହଜାର ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ଶହ ରୋଗୀ ଯକୃତ ସମ୍ବନ୍ଧୀୟ ନାନା ସମସ୍ୟା ପାଇଁ ପରାମର୍ଶ ଲୋଡ଼ିଥାଆନ୍ତି। ସଚେତନ ହେଲେ ପ୍ରାୟ ନବେ ପ୍ରତିଶତରୁ ଅଧିକ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ବିଭାଗର ଅତିରିକ୍ତ ପ୍ରଫେସର୍ ଡ. ମାନସ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ମଦ୍ୟପାନରୁ ନକରିବା, ପ୍ରକ୍ରିୟାକୃତ ଏବଂ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା, ଆବଶ୍ୟକୀୟ ସ୍କ୍ରିନିଂ କରିବା, ହେପାଟାଇଟିସ୍ ବି ଟୀକାକରଣ ଏବଂ ନିୟମିତ ବ୍ୟାୟାମ କଲେ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ଡ. ପାଣିଗ୍ରାହୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ . ଆଶୁତୋଷ ବିଶ୍ୱାସଙ୍କ ଅନୁଯାୟୀ ଯକୃତ ରୋଗକୁ ରୋକିବାରେ ସୁସ୍ଥ ଜୀବନଶୈଳୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ ସହିତ ବିଭିନ୍ନ ଯକୃତ ରୋଗ ପାଇଁ ଡାକ୍ତରୀ ପରାମର୍ଶ ବିନା ବଜାରରେ ମିଳୁଥିବା ଏକାଧିକ ବିକଳ୍ପ ଔଷଧ କିମ୍ବା ସପ୍ଲିମେଣ୍ଟାରୀ ସେବନ ଅତ୍ୟନ୍ତ ବିପଦପୂର୍ଣ୍ଣ। ଏନେଇ ରୋଗୀଙ୍କୁ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ପରାମର୍ଶ ନେବାକୁ ଡ. ବିଶ୍ୱାସ ପରାମର୍ଶ ଦେଇଛନ୍ତି। ଯକୃତ ସ୍ୱାସ୍ଥ୍ୟ ଏବଂ ରୋଗ ନିରାକରଣ ପାଇଁ ବିଭାଗର ପ୍ରତିବଦ୍ଧତାକୁ ଦର୍ଶାଇ ବିଭାଗୀୟ ମୁଖ୍ୟ ଡ. ସୁବାଷ ଚନ୍ଦ୍ର ସାମଲ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷର ବିଶ୍ୱ ଯକୃତ ଦିବସ ଥିମ୍, "ଆପଣଙ୍କର ଯକୃତକୁ ସୁସ୍ଥ ଏବଂ ରୋଗମୁକ୍ତ ରଖନ୍ତୁ", ରହିଛି। ସଚେତନତା ସୃଷ୍ଟି କରିବା ଏବଂ ରୋଗୀମାନଙ୍କୁ ବିଶେଷ ଚିକିତ୍ସା ଯୋଗାଇବା ପାଇଁ ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଏହାର ନିରନ୍ତର ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ସପ୍ତାହର ପ୍ରତି ବୁଧବାର ଏହାର ପୁରୁଣା ରୋଗୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଯକୃତ ଓପିଡି ସଫଳତାର ସହିତ କାର୍ଯ୍ୟ କରୁଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
AIIMS Bhubaneswar held World Liver Day, patient awareness about various liver diseases and direct question and answer program with doctors. | Argus News