Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime / ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର ଘଟଣା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଗିରଫ

Rashmita Mishra
Browse all articles by Rashmita Mishra
·8 months ago·2 min read
ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର ଘଟଣା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଗିରଫ

Key Points

ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର ଘଟଣା । 
ମାଷ୍ଟର ମାଇଣ୍ଡ ଶିବା ପ୍ରଧାନ ଗିରଫ । 
ମାରଣାସ୍ତ୍ର ସହ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । 
ଅକ୍ଟୋବର ୧୩ରେ ସୁଧାଂଶୁଙ୍କୁ ହତ୍ୟା କରାଯାଇଥିଲା । 

ଏମ୍ସ୍ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ମର୍ଡର ଘଟଣା । ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଗିରଫ । ମାରଣାସ୍ତ୍ର ସହ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅକ୍ଟୋବର ୧୩ ତାରିଖ ଦିନ ସୁଧାଂଶୁଙ୍କର ହୋଇଥିଲା ବିଭତ୍ସ ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିଲା ମର୍ଡର । ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା । ମର୍ଡର କରିବା ପରେ ଫେରାର ହୋଇଯାଇଥିଲା ମୁଖ୍ୟ ଅଭିଯୁକ୍ତ । ଶିବାକୁ ଧରିବା ଦାବିରେ ପୂର୍ବରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ ।

ସୂଚନାନୁଯାୟୀ ଅଭିଯୁକ୍ତ ୩ ମାସ ତଳୁ କରିଥିଲ ପ୍ଲାନ୍‌ । ସବୁ ଦିନ ବନ୍ଧୁକ ଧରି ବୁଲୁଥିଲା । ଏପିରିକି ସୁଧାଂଶୁର ଫଟୋକୁ ସାମ୍ନାରେ ରଖି ମଧ୍ୟ ଅଭ୍ୟାସ କରିଥିଲା । ଶେଷରେ ଅକ୍ଟୋବର ୧୩ ତାରିଖ ଦିନ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କରିଥିଲା ଶିବା ପ୍ରଧାନ। ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି ।

ଅହୁରି ପଢ଼ନ୍ତୁ: ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମଦାର, ମେଡିସିନ୍‌ ଓ୍ବାର୍ଡରେ ଚାଲିଛି ଚିକିତ୍ସା 

ଅକ୍ଟୋବର ୧୩ ତାରିଖରେ ସୁଧାଂଶୁଙ୍କର ବିଭତ୍ସ ହତ୍ୟା କରାଯାଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ମର୍ଡର ହୋଇଥିଲା । ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତ ଗିରଫ କରିଥିଲା । ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ଅନ୍ୟତମ ଅଭିଯୁକ୍ତ ଶିବା ପ୍ରଧାନ । ଯାହାକୁ ଧରିବା ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ । ପରେ ଶିବାକୁ ଥାନାରେ ଅଟକ ରଖି ଜେରା କରିଥିଲା । ଆଉ ଏହି ଜେରା ସମୟରେ ଶିବା ସବୁ ସତ କଥା ମାନିଥିଲା । ପୋଲିସ ଆଗରେ ଶିବା କହିଥିଲା କି, ସୁଧାଂଶୁ ହତ୍ୟା ପାଇଁ ତିନି ମାସ ତଳୁ ପ୍ଲାନ ହୋଇଥିଲା । ଏହି ପ୍ଲାନ ଅନୁସାରେ ସବୁବେଳେ ସୁଧାଂଶୁର ଫଟୋକୁ ସାମ୍ନାରେ ରଖି ଗୁଳିଚାଳନା କରୁଥିଲା । ଏପିରିକି ଅନେକ ସମୟରେ ବନ୍ଧୁକ ଧରି ମଧ୍ୟ ବୁଲୁଥିଲା ।

ପୂର୍ବ ସୂଚନାଅନୁସାରେ ମୃତକ ଜଣକ ହେଉଛନ୍ତି AIIMS ନିକଟସ୍ଥ ରଣସିଂହପୁରର ସୁଧାଂଶୁ ଖୁଣ୍ଟିଆ । ଯିଏକି AIIMS ହସ୍ପିଟାଲର ଲ୍ୟାବ ଆସିଷ୍ଟାଣ୍ଟ ଭାବରେ କାମ କରୁଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime | AIIMS Employee Sudhanshu Khuntia Murder: Siba Pradhan Arrested | Argus News