Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Abhijit Majumdar Health Update / ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମଦାର, ମେଡିସିନ୍‌ ଓ୍ବାର୍ଡରେ ଚାଲିଛି ଚିକିତ୍ସା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମଦାର, ମେଡିସିନ୍‌ ଓ୍ବାର୍ଡରେ ଚାଲିଛି ଚିକିତ୍ସା

Key Points

ଅଭିଜିତ ମଜମୁଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର । ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହେଲେ ଅଭିଜିତ ।  ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଭୁବନେଶ୍ୱର ଏମସ୍‌ରୁ ସୂଚନା ।
କେମିତି ଅଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଭୁବନେଶ୍ବର ଏମ୍ସ ପକ୍ଷରୁ ତାଙ୍କର ସ୍ବାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର । କିଛି ଦିନ ଧରି ଭୁବନେଶ୍ବର ଏମ୍ସର ଭେଣ୍ଟିଲେଟରରେ ଚିକିତ୍ସିତ ହେବା ପରେ ସୋମବାର ସେ ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ମେଡିସିନ୍‌ ଓ୍ବାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିଜିତ୍‌ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

କେମିତି ଅଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଭୁବନେଶ୍ବର ଏମ୍ସ ପକ୍ଷରୁ ସ୍ବାସ୍ଥ୍ୟ ବୁଲେଟିନ୍‌ ଜାରି କରାଯାଇଛି । ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ତାଙ୍କ ସ୍ବାସ୍ଥ୍ୟରେ ବିଶେଷ ସୁଧାର ଆସୁନି ।

ଅଧିକ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫: ଷଷ୍ଠ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ତେବେ ଏହା ପୂର୍ବରୁ ୨୩ ଅକ୍ଟୋବରରେ ଅଭିଜିତଙ୍କ କରାଯାଇଥିବା MRI ବ୍ରେନ୍‌ ସ୍କାନ୍‌ରେ ମଧ୍ୟ କୌଣସି ସ୍ପଷ୍ଟ ସୁଧାର ଦେଖିବାକୁ ମିଳିନଥିଲା । ଅଭିଜିତ୍‌ଙ୍କ ସ୍ନାୟୁଜନିତ ସମସ୍ୟାରେ ମଧ୍ୟ କୌଣସି ସୁଧାର ଆସୁନଥିବା ଏମ୍ସ ପକ୍ଷରୁ କୁହାଯାଇଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାଠାରୁ କ୍ରମେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ।

ସୂଚନା ଅନୁସାରେ ଅଭିଜିତ୍‌ ମଜୁମଦାରଙ୍କ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।

ତେବେ କିଛି ଦିନ ଏମ୍ସରେ ଚିକିତ୍ସା ହେବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ଦାଦା । ଦୁର୍ଗାପୂଜା ପୂର୍ବରୁ ଭେଣ୍ଟିଲେଟରରରୁ ବାହାରି ଆଇସିୟୁ ବେଡ୍‌ରେ ଦାଦାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ଦାଦାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖିବାକୁ ମିଳିଥିଲା । ପରେ ପୁଣି ଥରେ ଅଭିଜିତ୍‌ଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଏମ୍ସ ପକ୍ଷରୁ ଜାରି ହୋଇଥିବା ସ୍ବାସ୍ଥ୍ୟ ବୁଲେଟିନ୍‌ରେ ଅଭିଜିତ୍‌ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କୁହାଯାଇଛି ।

ସୂଚନା ଅନୁସାରେ ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ମଧ୍ୟ । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Abhijit Majumdar Health Update: Out of Ventilator, Stable at AIIMS Bhubaneswar | Argus News