Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଂଘାତିକ ସ୍ତରରେ ଏକ୍ୟୁଆଇ, ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାରୁ ରହିଛି ୬ଟି ସହର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସାଂଘାତିକ ସ୍ତରରେ ଏକ୍ୟୁଆଇ,  ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାରୁ ରହିଛି ୬ଟି ସହର

ଅର୍ଗସ ବ୍ୟୁରୋ:  ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରିପୋର୍ଟରୁ ଆସିଛି ଏଭଳି ସାଘାଂତିକ ତଥ୍ୟ । ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର 17ଟି ସହର ମଧ୍ୟରେ ଓଡ଼ିଶାରୁ 6ଟି ସହର ରହିଛି । ସେଥିମଧ୍ୟରୁ ବାଲେଶ୍ବର ସହରର ବାୟୁ ମାନ ସୂଚକାଙ୍କ ଅତି ସାଘାଂତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ । ରବିବାର ଅପରାହ୍ନ 4ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍-2.5 ତଥା ଛୋଟ ଧୂଳିକଣାର ମାତ୍ରା 333 ରହିଥିଲା ।

ଯେତେବେଳେ କି ବାଲେଶ୍ବରର ଏକ୍ୟୁଆଇ ପିଏମ୍-2.5 ମାତ୍ରା 334ରେ ପହଞ୍ଚିଛି । ବିଗତ ସପ୍ତାହେ ହେଲା ବାଲେଶ୍ବର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଘାଂତିକ ସ୍ତର ଆଡ଼କୁ ଗତି କରୁଛି । ବାଲେଶ୍ବର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍-2.5 ମାତ୍ରା 316ରେ ପହଞ୍ଚିଥିବାବେଳେ କେନ୍ଦୁଝରରେ 314, ରାଇରଙ୍ଗପୁରରେ 308 ରେକର୍ଡ ହୋଇଛି । ପର୍ବପର୍ବାଣି କିମ୍ବା ବାଣ ଫୁଟା ନଥିଲେ ମଧ୍ୟ ଭୁବନେଶ୍ବର ଓ କଟକ ସ୍ଥିତି ଅତି ସାଂଘାତିକ ସ୍ତର ଆଡ଼କୁ ଯାଉଛି । ଭୁବନେଶ୍ବରରେ ଏକ୍ୟୁଆଇ ପିଏମ୍-2.5 ମାତ୍ରା 311 ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air pollution in balasore | Argus News