ମକରମେଳା ପାଇଁ ଉତ୍ସବମୁଖର ଆଖଣ୍ଡଳମଣିଙ୍କ ପୀଠ

ଅର୍ଗସ ବ୍ୟୁରୋ: ପବିତ୍ର ମକର ସଂକାନ୍ତି ପାଇଁ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି। ପୀଠରେ ପ୍ରଚଳିତ ବିରଜାପଞିକା ଅନୁଯାୟୀ ଆଜି ମାଘମାସର ପ୍ରଥମ ସୋମବାର ଥିବାରୁ ଦୈନିକ ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ କରାଯିବା ସହ ସକାଳ ୫ଟାରେ ନୂଆ ମକର ଚାଉଳ ଓ ପୋଡପିଠା ଭୋଗ ଲାଗି କରାଯାଇଛି।
ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଥିବା ବେଳେ ଭିତରବେଢା ଓ ବାହାରବେଢାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ ଠାରୁ ମନ୍ଦିର ଓ ପୀଠ ଚତୁଃପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଜିଲା ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦର୍ଶନ ନିମନ୍ତେ ସକାଳ ୫ଟାରୁ ରାତ୍ର ୧୦ଟା ଯାଏଁ ମନ୍ଦିର ସାହଣ ମେଲା କରାଯାଇଛି। ଏଥିସହ ସମସ୍ତ ସକାଳ ନୀତିକାନ୍ତି ଅପରାହ୍ନ ସୁଦ୍ଧା ସମ୍ପନ୍ନ ହେବା ପରେ ୪ଟାରେ ବଡସିଂହାର ବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର