Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ

Ritu Das
Browse all articles by Ritu Das
·2 years ago·1 min read
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ

ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପରା ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧତା ଆସିବା ସହ ଶୁଭଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ସେଥିଲାଗି ଏହି ଦିନ ଜୁଏଲର୍ସ ଶପରେ ଲୋକଙ୍କ ଭିଡ ହୋଇଥାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଦୋକାନରେ ମନଲାଖି ଅଫର ରଖାଯାଇଥାଏ। 

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୧୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୨,୯୨୦ ଟଙ୍କା ରହିଛି ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

ତେବେ ସୁନା ତ ସମସ୍ତେ କିଣିପାରିବେନି ଏଥିପାଇଁ ଆପଣ ରୁପା କିମ୍ବା  ଷ୍ଟିଲର ବାସନକୁସନ ମଧ୍ୟ କିଣିକି ଘରକୁ ଆଣିପାରିବେ। ଏହା ମଧ୍ୟ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 

Sponsored
Akshay tritiya | Argus News