Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha News / ପେଶାରେ ଇଞ୍ଜିନିୟର କିନ୍ତୁ ନିଶା ଦୁର୍ଲଭ ସାମଗ୍ରୀକୁ ସାଇତିବା...ଖୋର୍ଦ୍ଧାର ଅକ୍ଷୟ ପଟ୍ଟନାୟକଙ୍କ ଅନନ୍ୟ କାହାଣୀ

Ritu Das
Browse all articles by Ritu Das
·5 months ago·2 min read
ପେଶାରେ ଇଞ୍ଜିନିୟର କିନ୍ତୁ ନିଶା ଦୁର୍ଲଭ ସାମଗ୍ରୀକୁ ସାଇତିବା...ଖୋର୍ଦ୍ଧାର ଅକ୍ଷୟ ପଟ୍ଟନାୟକଙ୍କ ଅନନ୍ୟ କାହାଣୀ
India

Key Points

ଦୁର୍ଲଭ ତଥା ବିଲୁପ୍ତ ସାମଗ୍ରୀକୁ ସଂଗ୍ରହ କରିବା ଆଗରେ ହାର ମାନିଛି ବୟସ । ୧୯୭୦ ମସିହାରୁ ଏ ପର୍ଯ୍ୟନ୍ତ ଯାହା ଦେଖନ୍ତି ତାକୁ ସାଇତି ରଖିବାର ନିଶା ତାଙ୍କୁ ଆଜି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି ।
ଦୁର୍ଲଭ ତଥା ବିଲୁପ୍ତ ସାମଗ୍ରୀକୁ ସଂଗ୍ରହ କରିବା ଆଗରେ ହାର ମାନିଛି ବୟସ । ୧୯୭୦ ମସିହାରୁ ଏ ପର୍ଯ୍ୟନ୍ତ ଯାହା ଦେଖନ୍ତି ତାକୁ ସାଇତି ରଖିବାର ନିଶା ତାଙ୍କୁ ଆଜି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ। ବୟସ ୮୭ ହେଲାଣି କିନ୍ତୁ ବିଲୁପ୍ତ ଓ ଦୁର୍ଲଭ ସାମଗ୍ରୀ ସାଇତି ରଖିବାର ପ୍ରୟାସ ଶେଷ ହୋଇନାହିଁ। ପେଶାରେ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ମାଡ୍ରାସ ମୁନ୍ସିପାଲ କର୍ପୋରେସନରେ ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା। ଆଉ ଓଡିଶା ଫେରିବା ପରେ ଆରମ୍ଭ କଲେ ରାଜ୍ୟର ପ୍ରଥମ ବୈଷୟିକ ସଂଗ୍ରହାଳୟ।

ଯେବେ ଯୁଆଡେ ଯାଆନ୍ତି ସେଠୁ ଯାହା ପାଆନ୍ତି ତାକୁ କିଣି ଆଣି ନିଜେ କରିଥିବା ଘନଶ୍ୟାମ ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରହାଳୟରେ ସାଇତି ରଖନ୍ତି। ଅକ୍ଷୟଙ୍କ ସଂଗ୍ରହାଳୟରେ 34ଟି ବିଭାଗର 30 ହଜାରରୁ ଅଧିକ ସାମଗ୍ରୀ ରହିଛି ବୋଲି ସେ କହିଛନ୍ତି। ଅନେକ ସାମଗ୍ରୀ ବିଦେଶରୁ ସଂଗ୍ରହ ହୋଇଥିବା ଦେଖିବାକୁ ମିଳିଛି । 1100ରୁ ଊର୍ଦ୍ଧ୍ବ ପ୍ରକାର ରେଡିଓ, ଗ୍ରାମଫୋନ, ଲାଇଟ, ଚରଖା, ଟାଇପ ମେସିନ, କିରୋସିନ ଚାଳିତ ରେଫ୍ରିଜେଟର, ଟିଭି, ଟେଲିଫୋନ, ବିଶ୍ୱର ପ୍ରଥମ କ୍ୟାମେରା, ପୋଥି, ବାଦ୍ୟ ଯନ୍ତ୍ର, ବିଭିନ୍ନ ପ୍ରକାର ମାଟି ପାତ୍ର, ପୋଷ୍ଟ କାର୍ଡ, ଡାକ ଟିକଟ, ପୁରୁଣା ବିଦେଶୀ ନୋଟ ଓ ମୁଦ୍ରା ଆଦି ଅନେକ ସାମଗ୍ରୀ ରଖିଛନ୍ତି।

ଏହି ସଂଗ୍ରହାଳୟକୁ ନିଜେ ଅକ୍ଷୟ ପଟ୍ଟନାୟକ ପରିଚାଳନା କରୁଥିବା ବେଳେ ଏଥିପାଇଁ ଟଙ୍କାଟିଏ ମଧ୍ୟ ସରକାରୀ ସହାୟତା ମିଳି ନ ଥିବା ସେ କହିଛନ୍ତି । ସେହିପରି ଏହି ସଂଗ୍ରହାଳୟ ପାଇଁ ଆଜି ଯାଏଁ ଏକ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ନିଜ ପୈତୃକ ସମ୍ପତ୍ତି ପ୍ରାୟ 20 ଏକର ଜମି ବିକ୍ରି କରି ସାରିଲେଣି । ଏହି ଘନଶ୍ୟାମ ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରହାଳୟ ଏବେ ବୋଲଗଡ଼ ବ୍ଲକ ସାମ୍ନାରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ଚାଲିଛି। କିନ୍ତୁ ଏହାକୁ ଚଳାଇବାକୁ ସରକାରୀ ସହାୟତାର ଆବଶ୍ୟକ ପଡୁଥିବା ସେ କହିଛନ୍ତି । ସେହିଭଳି ଅକ୍ଷୟ ଆଉ ମଧ୍ୟ କହିଛନ୍ତି ଯେ, "ବୈଷୟିକ ସଂଗ୍ରହାଳୟ ମୁଁ ପ୍ରଥମେ କରି ସଫଳତା ପାଇଛି କିନ୍ତୁ ଏଥିପାଇଁ ସରକାର କୌଣସି ସହାୟତା କରିନାହାନ୍ତି।" ସରକାରୀ ଦପ୍ତର ମାନଙ୍କରେ ଥିବା ପୁରୁଣା ସାମଗ୍ରୀକୁ କବାଡି ମାନଙ୍କୁ ନିଲାମ କରୁଛନ୍ତି କିନ୍ତୁ ଆମକୁ ଦେଉ ନାହାନ୍ତି କହି କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଉକ୍ତ ସଂଗ୍ରହାଳୟ ପାଇଁ ସ୍ଥାୟୀ ଗୃହ, ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ବହୁ ପର୍ଯ୍ୟଟକ ଏସବୁ ଦୁର୍ଲଭ ଜିନିଷ ଦେଖିବାର ସୁଯୋଗ ପାଇପାରନ୍ତେ।
ଏଥିସହ ପଢ଼ନ୍ତୁ: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Engineer Akshaya Pattnaik’s Unique Passion for Rare Collections in Khordha | Argus News