Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ

Odisha

Puri news / ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ

Smruti Parija
Browse all articles by Smruti Parija
·2 years ago·2 min read
ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ
Representational Image

Key Points

ଆଜି ପବିତ୍ର ଅଁଳା ନବମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ ।

ଅର୍ଗସ ବ୍ୟୁରୋ:  ଆଜି ପବିତ୍ର ଅଁଳା ନବମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । କାଣିଆ କଛା ମାରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା'। ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ସେପଟେ ପ୍ରଭୁ ସାକ୍ଷୀଗୋପାଳଙ୍କ ନଟବର ବେଶ ଦେଖି କୃତାର୍ଥ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ତେବେ ୨୦୧୯ ପରଠୁ ରାଧାପାଦ ସ୍ପର୍ଶ ମନା ହୋଇଥିବାରୁ କେବଳ ଦର୍ଶନ ସହ ଅଁଳା ଗଛରେ ମାନସିକ ଡୋରି ବାନ୍ଧୁଛନ୍ତି ଶ୍ରଦ୍ଧାଳୁ । 

ଅଧିକ ପଢନ୍ତୁ: ମୋଗଲ ଆତଙ୍କ ବେଳେ ଦିନେ ଏଇଠି ପୂଜା ପାଉଥିଲେ ସାକ୍ଷୀଗୋପାଳ

ମାଆ ରାଧାରାଣୀଙ୍କ ପୂରାଣ ଅନୁସାରେ ଭକ୍ତ ପାଇଁ ସାକ୍ଷୀ ଦେବାକୁ ବୃନ୍ଦାବନରୁ ଆସି ଏହି ଠାରେ ରହିଯାଇଥିଲେ ପ୍ରଭୁ ଗୋପାଳ । କିନ୍ତୁ ରାଧାଙ୍କ ବିନା ଅଧା ଥିଲେ ପ୍ରଭୁ । ତେଣୁ ସାକ୍ଷୀଗୋପାଳ ମନ୍ଦିରର ବଡପଣ୍ଡା ବେଲେଶ୍ବର ମହାପାତ୍ରଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ ମାଆ ଲକ୍ଷ୍ମୀ । ସେହିଦିନୁ ମାଆ ରାଧା ରୂପରେ ପୂଜା ପାଉଛନ୍ତି । ସବୁଠି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଥିବାବେଳେ ଏଠାରେ ସାକ୍ଷୀଗୋପାଳଙ୍କ ପାର୍ଶ୍ବରେ ରହିଛନ୍ତି ଶ୍ରୀ ରାଧା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆ ଘରର କନ୍ୟା ହୋଇଥିବାରୁ ଓଡ଼ିଆଣୀ ବେଶରେ ବର୍ଷକୁ ଥରେ ଦର୍ଶନ ଦେଉଛନ୍ତି ମାଆ । ଏହି ଦୁର୍ଲଭ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ତେବେ ଭକ୍ତଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରିଛି ପୁରୀ ପୋଲିସ । ୨୦ ପ୍ଲାଟୁନ ଫୋର୍ସ ମୃତୟନ ସହ ବ୍ୟାରିକେଟ୍ ବ୍ୟବସ୍ଥା ହୋଇଛି । ସିଂଘଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ ।

ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ

Related Topics

Explore more stories

Argus Whatsapp Channel Mobile Top
Sponsored
Alam Nivami-Devotees in long-que to see Radhapada | Argus News