Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଷାକ୍ତ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଷାକ୍ତ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି

ବ୍ରହ୍ମପୁର : ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ଘଟଣା ।ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଜେନାପୁର ଗାଁର ଲୋକନାଥ ବେହେରା । ଗତ ସୋମବାର ଦିନ ଜେନାପୁର ଓ କରବାଲୁଆ ଗାଁର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକେ ମାଉନ୍ଦପୁର ଗାଁକୁ ଯାଇ ଦେଶୀ ମଦ ପିଇଥିଲେ । ଦେଶୀ ମଦ ପିଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହେବା ହୋଇଥିଲା । ପ୍ରଥମେ ଚିକିଟି ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ୧୪ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ।ମଙ୍ଗଳବାର ବିଳମ୍ବିତ ରାତିରେ ଜେନାପୁର ଗାଁର ଜୁର ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅପରାହ୍ନ ସମୟରେ ଜେନାପୁର ଗାଁର ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇଛି । ଲୋକନାଥଙ୍କ ମୃତ୍ୟ ହେବା ପରେ ଏମକେସିଜି ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି । ତେବେ ଦୀର୍ଘ ଦିନ ଚିକିଟି ଓ ପାତ୍ରପୁର ବ୍ଲକର ବିଭିନ୍ନ ଗାଁ ଗାଁରେ ଚୋରାଭାବେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ପ୍ରଶାସନ ଓ ଅବକାରୀ ବିଭାଗ ସବୁ କିଛି ଜାଣି ଚୁପ ରହୁଛି । ନାମକୁ ମାତ୍ର ଦେଶୀ ମଦ କାରବାର ଉପରେ କିଛି ଦିନ ମଧ୍ୟରେ ଚଢ଼ାଉ କରି ପୁଣି ଛାଡିଦେଉଛି ‌।

ଅଧିକ ପଢନ୍ତୁ : ଚିକିଟି ମଦ ମୃତ୍ୟୁରେ କାର୍ଯ୍ୟାନୁଷ୍ଠାନ, ଦୁଇ ଅଧିକାରୀଙ୍କ ବଦଳି

ଯାହାଫଳରେ ଏଭଳି ଅବାଧ ଚୋରାମଦ ବିକ୍ରି ବୃଦ୍ଧି ହେଉଛି । ଚୋରାମଦ ବିକ୍ରି ବନ୍ଦ ନେଇ ବାରମ୍ବାର ଦାବି କଲେ ମଧ୍ୟ ପ୍ରଶାସନ ଓ ଅବକାରୀ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।ପରିବାର ଗରୀବ ଶ୍ରେଣୀର ରହିଥିବା ଯୋଗୁଁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଜେନାପୁର ବାସିନ୍ଦା। ଗୋଟିଏ ପଟେ ଗଞ୍ଜାମ ଚିକିଟି ମଦମୃତ୍ୟୁ ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।ଅନ୍ୟ ଦୁଇଜଣ ICU ଭେଣ୍ଟିଲେଟରେ ଅଛନ୍ତି ସେମାନଙ୍କ ଚିକିତ୍ସା ଚାଲିଛି।ଅନ୍ୟ 10ଜଣ ମେଡ଼ିସିନ ୱର୍ଡ ରେ ଚିକିତ୍ସାତ ହେଉଛନ୍ତି ବୋଲି କହିଛନ୍ତି mkcg ସୁପରିଟେଣ୍ଡ ଅନ୍ୟପଟେ ମୃତଦେହ ବ୍ୟବଛେଦ କରି ପଠାଯାଇଛି। ଭିସେରା ରିପୋର୍ଟ ଆସିଲେ ଜଣା ପଡିବ କଣ ହୋଇଥିଲା ବିଷାକ୍ତ ମଦ୍ୟପାନ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alcohol poisoning cases, death toll rises to 2 | Argus News