Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ହେଲେ ଭୁବନେଶ୍ୱରରେ ବଢୁଛି ମଦୁଆଙ୍କ ଉତ୍ପାତ 

Manini Pattanayak
Browse all articles by Manini Pattanayak
·1 year ago·1 min read
ରାତି ହେଲେ ଭୁବନେଶ୍ୱରରେ ବଢୁଛି ମଦୁଆଙ୍କ ଉତ୍ପାତ 

ଭୁବନେଶ୍ୱର:  ରାତି ହେଲେ ରାଜଧାନୀରେ ବଢୁଛି ମଦୁଆ ଙ୍କ ଉତ୍ପାତ । ପୋଲିସର ନାଇଟ ବ୍ଲକିଂ ଚେକିଂ ସତ୍ୱେ ସୁଧୁରୁ ନାହାନ୍ତି ମଦ୍ୟପ ଚାଳକ । ପୋଲିସର ବ୍ୟାରିକେଡ଼ ଭାଙ୍ଗି ଦ୍ରୁତଗତିରେ ଗାଡି ନେଇ ଛୁ ମାରୁଛନ୍ତି । ଗତକାଲି ରାତିରେ 14ଟି ଥାନା ତରଫରୁ 16ଟି ସ୍ଥାନରେ ନାଇଟ ବ୍ଲକିଂ ଚେକିଂ କରା ଯାଇଥିଲା । ଯେଉ ମାନେ ମଦ୍ୟପାନ କରି ରାଜରାସ୍ତାରେ ଗାଡି ଚଳଉଛନ୍ତି ସେମାନଙ୍କ ଗାଡିକୁ ପୋଲିସ ଜବତ କରିବା ସହ କୋର୍ଟ ଚାଲାଣ କରାଯାଉଛି । ଗାଡି ମାଲିକ ମାନେ କୋର୍ଟରେ ଫାଇନ ଭରିବା ପରେ ଗାଡି ରିଲିଜ କରା ଯାଉଛି ।

ପୋଲିସର ଚେକିଂ କୁ ଦେଖୀ ୟୁଟର୍ଣ୍ଣ ନେଇ ପଳାଇ ଯାଉଥିବା ଗାଡି ପାଇଁ ରାସ୍ତାରେ ସ୍ପାଇକ ବେରୀୟର ର ଲଗାଇଛି ପୋଲିସ । ଗାଡି ୟୁଟର୍ଣ୍ଣ କଲେ ଗାଡି ଚକା ଲିକ ହେଇଯାଉଛି । ମଦ୍ୟପ ମହିଳା ଗାଡି ଚାଳକଙ୍କ ପାଇଁ ମଧ୍ୟ ମହିଳା ପୋଲିସ ମଧ୍ୟ ବ୍ଲକିଂ ଚେକିଂ ରେ ନିୟୋଜିତ କରା ଯାଇଛି । ଯେଉ ମହିଳା ଓ ଯୁବତୀ ମାନେ ମଦ୍ୟପାନ କରି ଗାଡି ଚଳଉଛନ୍ତି ସେମାଙ୍କୁ ମହିଳା ପୋଲିସ ଚେକିଂ କରୁଛନ୍ତି  ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
alcoholic person increasing in the capital bhubaneswar at night | Argus News