Bribery Allegation / ଟଙ୍କା ଲାଞ୍ଚ ନେଇ ଫସିଲେ ଅଧିକାରୀ! ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ତାଗିଦ ପରେ ଫେରାଇଲେ ଟଙ୍କା
·57 mins ago·2 min read

Key Points
ଲାଞ୍ଚ ନେଇ ଫସିଲେ ଅଧିକାରୀ!
ଅଧିକାରୀ ଙ୍କୁ ଟଙ୍କା ଦେଇ ଭିଡିଓ କରିଦେଲେ ହିତାଧିକାରୀ
ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବାକୁ ନେଉଥିଲେ ଟଙ୍କା !
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ତାଗିଦ ପରେ ଫେରାଇଲେ ଟଙ୍କା
ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟିର ଘଟଣା

ଜଳେଶ୍ବର: ଲାଞ୍ଚୁଆ ଅଧିକାରୀ ଙ୍କୁ ଟଙ୍କା ଦେଇ ଭିଡିଓ କରିଦେଲେ ହିତାଧିକାରୀ, ସତ ସାମ୍ନା କୁ ଆସିବା ପରେ ଟଙ୍କା ଫେରାଇଲେ ଅଧିକାରୀ। ଏଭଳି ଏକ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟି। ଜଳେଶ୍ୱର ମ୍ୟୁନିସିପାଲିଟିରେ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନକୁ ନେଇ ଅନିୟମିତତାର ଅଭିଯୋଗ ଉଠିଛି। ଆବାସ ଯୋଜନାରେ ଘର ପାଇବାକୁ ଆଶା ରଖିଥିବା ହିତାଧିକାରୀଙ୍କଠାରୁ ଟଙ୍କା ନିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମ୍ୟୁନିସିପାଲିଟିର CLTC ହିତେଶ ପ୍ରଧାନ ହିତାଧିକାରୀଙ୍କଠାରୁ ଟଙ୍କା ନେଇ କାର୍ଯ୍ୟାଦେଶ ଦେଉଥିବା ଅଭିଯୋଗ ଉଠାଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।
ଭିଡିଓରେ କଏଦ ହେଲା ଟଙ୍କା ନେବା ଦୃଶ୍ୟ!
ଅଭିଯୋଗ ଅନୁସାରେ, ଜଣେ ହିତାଧିକାରୀଙ୍କ ଘରକୁ ଫିଲ୍ଡ ଭେରିଫିକେସନ ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ଅଧିକାରୀ ୫ ହଜାର ଟଙ୍କା ନେଇଥିଲେ। ତେବେ ହିତାଧିକାରୀ ଜଣକ ଏହି ଟଙ୍କା ଦେବା ସମୟର ଭିଡିଓ ରେକର୍ଡ କରି ରଖିଥିଲେ। ପରେ ଏହି ଭିଡିଓକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦେଖାଇଥିଲେ ହିତାଧିକାରୀ। ଭିଡିଓ ଦେଖିବା ପରେ ସାଂସଦ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ଅଧିକାରୀ ଜଣକ ଦୁଇଜଣ ହିତାଧିକାରୀଙ୍କୁ ନେଇଥିବା ଟଙ୍କା ଫେରସ୍ତ କରିଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଏହି ଖବର:ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ, ଅନୁମତି ମିଳିଲେ ଦେଖିପାରିବେ ପର୍ଯ୍ୟଟକ
ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି
ଏହି ଘଟଣାକୁ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଳେଶ୍ୱର ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରିବାକୁ କହିଛନ୍ତି। ଏଥିସହ ଅଭିଯୋଗର ସତ୍ୟତା ଯାଞ୍ଚ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସରକାରୀ ଆବାସ ଯୋଜନାରେ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବା ଉଦ୍ଦେଶ୍ୟ ରହିଛି। ହେଲେ ଏହି ଯୋଜନାର ସୁଯୋଗ ନେଇ ଯଦି କେହି ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି, ତେବେ ତାହା ଗୁରୁତର ଅଭିଯୋଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories