Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -   ରେଳ ସଂଯୋଗୀକରଣକୁ ବିରୋଧ କରି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା 

Odisha

  ରେଳ ସଂଯୋଗୀକରଣକୁ ବିରୋଧ କରି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା 

Manini Pattanayak
Browse all articles by Manini Pattanayak
·2 years ago·1 min read
  ରେଳ ସଂଯୋଗୀକରଣକୁ ବିରୋଧ କରି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା 

କେନ୍ଦୁଝର: 24 ଘଣ୍ଟିଆ କେନ୍ଦୁଝର ବନ୍ଦ । ରେଳ ସଂଯୋଗୀକରଣକୁ ବିରୋଧ କରି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା । ଶୁଆକାଠି ଖଣିରୁ ଗୁହାଳଡ଼ିହି ଯାଏଁ ରେଳ ସଂଯୋଗୀକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ଜିଲ୍ଲା ଟ୍ରକ ମାଲିକ ସଙ୍ଘ। ବନ୍ଦ ପ୍ରଭାବରେ ଜାତୀୟ ରାଜପଥ -୨୦ରେ ହଜାର ହଜାର ଗାଡି ଅଟକ ରହିଛି । ଯାତାୟାତ ବାଧାପ୍ରାପ୍ତ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ 6ଟାରୁ ବନ୍ଦ ଡାକରା ଦିଆଯାଇଛି ।

 ଟ୍ରକ ମାଲିକ ସଙ୍ଘ ର ମୁଖ୍ୟ ଦାବି ରହୁଛି omc ଶୁଆକାଠି ଠାରୁ ଗୁହାଳୀଡ଼ିହି କୁ ରେଳସଂଯୋଗୀକରଣ କରି ଲୁହାପଥର ପରିବହନ ପ୍ରସ୍ତାବ ଯୋଗୁ ଜିଲ୍ଲାର ଅନେକ ଟ୍ରକ ମାଲିକ ଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ତଥା ସାଧାରଣ ଲୋକ ଅର୍ଥନୀତିକ ଦୁରାବସ୍ଥା ଭୋଗିବେ। ତେଣୁ ଏହି ପ୍ରସ୍ତାବ କୁ ବିରୋଧ କରି ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ଅଖଚକ ବନ୍ଦ। ଆନନ୍ଦପୁର ର ଜାତୀୟ ରାଜପଥ ୨୦ ର ଶୈଲଙ୍ଗ ନିକଟରେ ଟ୍ରକ ମାଲିକ ମାନେ ଏକତ୍ରିତ ହୋଇ ସମସ୍ତ ଯାନବାହାନ ଅଟକ ରଖୁଥିବା ଦେଖିବାକୁ ମିଳିଛି। ଏଥି ସହିତ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସବୁ ବନ୍ଦ କରାଯାଉଥିବା ନଜର ଆସିଛି। ଏହି ବନ୍ଦ କୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଥିବା ବେଳେ ବନ୍ଦ ସୁରୁଖୁରୁରେ ଚାଲିଥିବା ଟ୍ରକ ମାଲିକ ସଙ୍ଘ ସଭାପତି ପ୍ରକାଶ କରିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
24-hour shutdown in Keonjhar tomorrow in protest against the railway project. | Argus News