Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ଖୋଲିବ ହେଭିୱେଟଙ୍କ ଭାଗ୍ୟପେଡ଼ି

Smruti Parija
Browse all articles by Smruti Parija
·2 years ago·2 min read
କାଲି ଖୋଲିବ ହେଭିୱେଟଙ୍କ ଭାଗ୍ୟପେଡ଼ି

Key Points

  • କାଲି ଖୋଲିବ ହେଭିୱେଟଙ୍କ ଭାଗ୍ୟପେଡ଼ି
  • ଏକଜାଟ ପୋଲ୍ ପାଇଁ କାଉଣ୍ଟଡାଉନ ଆରମ୍ଭ
  • ମୋଦି, ଶାହ, ନୀତିନ, ରାଜନାଥ, ଧର୍ମେନ୍ଦ୍ରଙ୍କ ଭାଗ୍ୟ ପରୀକ୍ଷା 
  • ପୂର୍ବରୁ ଏକଜିଟ ପୋଲ୍ ଭରିଛି ଦେଶବାସୀଙ୍କ ମନରେ ଉତ୍ସାହ
  • ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ
     

ଅର୍ଗସ ବ୍ୟୁରୋ:  ଏକଜିଟ୍ ପରେ ଏକଜାଟ ପୋଲ୍ କୁ ଅପେକ୍ଷା । ଆରମ୍ଭ ହୋଇ ସାରିଛି ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ମହାପର୍ବର ଶେଷ ପର୍ଯ୍ୟାୟ ପାଇଁ କାଉଣ୍ଟଡାଉନ ।  ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ସକାଳ 8ଟାରୁ ଖୋଲିବ ଇଭିଏମ- ଖୋଲିବ ହେଭିୱେଟଙ୍କ ଭାଗ୍ୟ । ଅଧିକାଂଶ ବୁଥ ବାହୁଡ଼ା ମତରେ କେନ୍ଦ୍ରରେ ପୁଣିଥରେ ମୋଦି ଲହର । ନିର୍ବାଚନ କମିଶନ ଏନଡିଏ ସରକାରଙ୍କ ହାଟ୍ରିକ୍ ବିଜୟ ଘୋଷଣା କରିବାକୁ ଅପେକ୍ଷା କରିଛି ପଦ୍ମ ଶିବିର । ବାରାଣସୀ ଆସନରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ସହ କେନ୍ଦ୍ରରେ ମୋଦି 3.0 ସରକାରଙ୍କ ଶପଥଗ୍ରହଣ ପାଇଁ କର୍ତ୍ତବ୍ୟ ପଥରେ ଆମ୍ଭ ହୋଇସାରିଛି ପ୍ରସ୍ତୁତି ।     

ଜନମତ ଅନୁସାରେ ପାରମ୍ପରିକ ଦୁର୍ଗରେ ଭଲ ପ୍ରଦର୍ଶନ କରି ଜନତାଙ୍କ ବିଶ୍ବାସକୁ ଦୃଢ଼ କରିଛି ବିଜେପି । 1989ରୁ ବିଜେପି ଗଡ଼ ବନିଥିବା ଗୁଜରାଟ ଗାନ୍ଧିନଗର ଆସନରେ 10 ଲକ୍ଷରୁ ଅଧିକ ଭୋଟ ମାର୍ଜିନରେ ଶାହଙ୍କ ବିଜୟ ଆକଳନ କରିଛି ଏକଜିଟ ପୋଲ । ସେହିପରି ନାଗପୁରରୁ ନୀତିନ ଗଡ଼କରୀ, ଲକ୍ଷ୍ନୌରୁ ରାଜନାଥ ସିଂ, ଆମେଠିରୁ ସ୍ମୃତି ଇରାନି, ଓ୍ବାଏନାଡ୍ ଓ ରାୟବରେଲୀରୁ ରାହୁଲ ଗାନ୍ଧି, କୋଏମ୍ବାଟୁରରୁ ଆନ୍ନା ମଲାଇ, ହାଇଦ୍ରାବାଦରୁ ଅସଦୁଦ୍ଦିନ ଓ୍ବବେସୀ ଓ ମାଧବୀ ଲତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ହେଭିୱେଟ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । 

ଏକଜିଟ ପୋଲ ଅନୁସାରେ ଉତ୍ତର ଭାରତ ଓ ଦେଶର ପଶ୍ଚିମୀ ରାଜ୍ୟରେ 19 ପରି ମୋଦିଙ୍କ ଦୁର୍ଗ  ରହିଛି ସୁରକ୍ଷିତ । ପୂର୍ବ ଓ ଦକ୍ଷିଣ ଭାରତରେ ବି ଏଥର ଫୁଟିବ ପଦ୍ମ । ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡୁ ଓ ଆନ୍ଧ୍ରରେ ଏଥର ଭଲ ପ୍ରଦର୍ଶନ କରି ଶକ୍ତି ବୃଦ୍ଧି କରିଛି ବିଜେପି ।  ବିଭିନ୍ନ ଗଣମାଧ୍ୟମର ଆକଳନରେ ମୋଦିଙ୍କ ହ୍ୟାଟ୍ରିକ ଇନିଂସ ଆରମ୍ଭ ହେବାକୁ ଯାଉଛି । ଦେଶରେ 31 କୋଟି ମହିଳାଙ୍କ ସମେତ 64 କୋଟିରୁ ଅଧିକ ଭୋଟରଙ୍କ ମତଦାନର ଚୁଡ଼ାନ୍ତ ପରିଣାମ ଆସିବାକୁ ଯାଉଛି । ନିର୍ବାଚନ କମିଶନଙ୍କ ଚୁଡ଼ାନ୍ତ ଫଳାଫଳ ଘୋଷଣାକୁ ହେଭିୱେଟ ନେତାଙ୍କ ସହ ଦେଶବାସୀ ଅପେକ୍ଷା କରି ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
all-eyes-on-4th-june | Argus News