Videos
|
Odisha

ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ହୋଇଛି ସ୍ଥାନାନ୍ତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ହୋଇଛି ସ୍ଥାନାନ୍ତର

ଅର୍ଗସ ବ୍ୟୁରୋ:  ଯାହାକୁ ଥିଲା ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା। ସେହି ପ୍ରତୀକ୍ଷାର ଅନ୍ତ ହୋଇଛି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ସ୍ଥାନାନ୍ତର ହୋଇଛି। ଗତକାଲି ସକାଳ ପ୍ରାୟ ସାଢ଼େ ଆଠଟାରେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ। ସାଙ୍ଗରେ ଥିଲେ ସ୍ନେକ୍ ହେଲପ ଲାଇନ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ପ୍ରାୟ ସାଢ଼େ ସାତ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ଭିତର ରତ୍ନ ଭଣ୍ଡାରରେ ଥିବା ସବୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଏ ନେଇ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସ୍ପଷ୍ଟ ସୂଚନା ଦେଇଛନ୍ତି।

ଭିତର ରତ୍ନ ଭଣ୍ଡାରରେ 3ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ୍ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଗୋଟିଏ ଲୁହା ସିନ୍ଦୁକରେ ଅଳଙ୍କାର ରହିଥିଲା। ସବୁକୁ  ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ସିନ୍ଦୁକ ଗୁଡ଼ିକରେ ଥିବା ଅଳଙ୍କାର ଅଣାଯାଇ ଅସ୍ଥାୟୀ ରତ୍ନଭଣ୍ଡାରରେ ଆଲମିରାରେ ରଖାଯାଇଛି। ସେସବୁରେ ଚାବି ପକାଯାଇ ତାକୁ ଟ୍ରେଜେରୀରେ ରଖିବାକୁ ଜିଲ୍ଲାପାଳଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦ ବଳରେ ସବୁ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। କେବଳ ଇଲେକ୍ଟ୍ରି ଲାଇଟ୍ ଓ ଗ୍ୟାସ୍ କଟର ଟିମ୍ ଛଡ଼ା ଓଡ୍ରାଫ୍, ଅଗ୍ନିଶମ କିମ୍ବା ସ୍ନେକ୍ ହେଲପଲାଇନ୍ କାହାରି ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
All jewels and treasures have been transferred from the ratna bhandar | Argus News