Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସାରା ବିଜେଡି ସରକାର ବିରୋଧରେ ଚାଷୀଙ୍କ ହଲ୍ଲାବୋଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶା ସାରା ବିଜେଡି ସରକାର ବିରୋଧରେ ଚାଷୀଙ୍କ ହଲ୍ଲାବୋଲ

 ଭୁବନେଶ୍ୱର:  ଓଡ଼ିଶା ସାରା ବିଜେଡି ସରକାର ବିରୋଧରେ ଚାଷୀଙ୍କ ହଲ୍ଲାବୋଲ।  ପାଣି ପଞ୍ଚାୟତ ପକ୍ଷରେ ମିଛ ସରକାରୀ ପ୍ରଚାରର ଖୋଲୁଛନ୍ତି ପୋଲ।  ବାଲେଶ୍ବରରେ ସରକାରୀ ଅଧିକାରୀଙ୍କୁ ଆଇନା ଦେଖାଇଲେ ଚାଷୀ। ଧର୍ମଗଡ଼ରେ ଚାଷୀଙ୍କ ବିରୋଧର ସମ୍ମୁଖୀନ ହେଲେ ଅଧିକ୍ଷଣ ଯନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଜଳସମ୍ପଦ ବିଭାଗ ଥାଇ ବି ଜମିକୁ ମଡୁନି ଜଳ।  ପ୍ରତି ବ୍ଲକରେ 35% ଜଳସେଚନ ପ୍ରତିଶ୍ରୁତି ପୂରଣରେ ବିଜେଡି ବିଫଳ  ପାଣି ପଞ୍ଚାୟତ ପକ୍ଷ ପାଳନ ବେଳେ ସଭାମଞ୍ଚରେ ସରକାରୀ ଅଧିକାରୀଙ୍କୁ ଆଇନା ଦେଖାଇଲେ ଔପଦା ଅଞ୍ଚଳର ଚାଷୀ। ସିଧା ସିଧା କହିଥିଲେ ସଭାରେ ଭାଷଣ ନଦେଇ ପ୍ରଥମେ ଚାଷୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝନ୍ତୁ।  ଏଥିସହ ରାଜ୍ୟ ସରକାର କେବଳ ପ୍ରଚାର ସର୍ବସ୍ବ କହି କରିଥିଲେ ଟାର୍ଗେଟ୍। ଆଉ ଭକୁଆ ହୋଇ ଚାହିଁ ରହିଥିଲେ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଠା ଜଳସଚେନ ସହକାରୀ ଯନ୍ତ୍ରୀଙ୍କଠାରୁ ଜିଲ୍ଲା ଉଦ୍ୟାନ ବିଭାଗର ବରିଷ୍ଠ ଅଧିକାରୀ।   

ନିଜେ ଶରତ ହେଉଛନ୍ତି ଔପଦା ପ୍ରତାପପୁର ପାଣି ପଞ୍ଚାୟତର ସଭାପତି। ତାଙ୍କ ଜମିରେ ଥିବା ଏ.ଏଲ.ଆଈ ପଏଣ୍ଟରେ ବିଦ୍ୟୁତ୍ ସଂଯୋଗ ଦିଆଯାଇନି। ହେଲେ ତାଙ୍କ ନାଁରେ ଆସିଛି ୭୭ହଜାର ଟଙ୍କାର ବିଦ୍ୟୁତ ବିଲ। ଏନେଇ ଜିଲ୍ଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀ ଏପରିକି ରାଜ୍ୟ ଶାସନର ଅଲିଖିତ ମୁଖ୍ୟ କୁହାଯାଉଥିବା କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ବି ଲିଖିତ ଭାବେ ଜଣାଇଛନ୍ତି । ତଥାପି ଫଳ ଶୂନ। ତେଣୁ ବିଜେଡି ସରକାରକୁ ଶାସନ ଗାଦିରୁ ହଟାଇବାକୁ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ଶରତ।  କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଗୋଳାମୁଣ୍ଡା ଅଂଚଳରେ ବି ଦେଖିବାକୁ ମିଳିଛି ସମାନ ପରିସ୍ଥିତି। ଏଠାରେ ବି ପାଣି ପଞ୍ଚାୟତ ପକ୍ଷ ପାଳନ ବେଳେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି ଚାଷୀ। ଧର୍ମଗଡ ବ୍ଲକର କାଙ୍କେରୀ, ଟିପିଗୁଡା ଅଂଚଳର ଜଳସେଚନର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର 20 ବର୍ଷ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲ ନିର୍ମାଣ କରିଥିଲେ। ହେଲେ ନିର୍ମାଣ ପରଠୁ ଆଜିଯାଏ କେନାଲରୁ ବୁନ୍ଦାଏ ବି ପାଣି ପାଇପାରିଲେନି ଚାଷୀ। ଅଥର କେନାଲ ମରାମତି ନାଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏପରିକି କିଛି ବର୍ଷ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଏକ ମେଗା ଲିଫ୍ଟ  ଇରିଗେସନ ଯୋଜନାର ଶୁଭାରମ୍ଭ କରିଥିଲେ। ସେଥିରୁ ମଧ୍ୟ ପାଣି ପାଇପାରୁ ନାହାନ୍ତି ଚାଷୀ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଥିବା ପୁଞ୍ଜିଭୁତ ଅସନ୍ତୋଷର ଶୀକାର ହୋଇଥିଲେ ଅଧିକ୍ଷଣ ଯନ୍ତ୍ରୀ। ତଥାପି ଯନ୍ତ୍ରୀଙ୍କ କଥାରୁ ସେ ସରିଅସ ଥିବା ପରି ମନେ ହେଉନାହିଁ। 

ଜଳସେଚନକୁ ନେଇ ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସଙ୍କୁ ଧୋକା ଦେଇ ଆସିଛନ୍ତି ରାଜ୍ୟ ସରକାର। 2005-06ରେ ବିଜେଡି ସରକାର ଘୋଷଣା କରିଥିଲେ 5 ବର୍ଷ ଭିତରେ ସବୁ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ ସୁବିଧା କରିବେ। 35 ପ୍ରତିଶତରୁ କମ ଜଳସେଚନ ସୁବିଧା ଥିବା ରାଜ୍ୟର 198ଟି ବ୍ଲକରେ ବିଭିନ୍ନ ଯୋଜନା ହାତକୁ ନେଇଥିଲେ ରାଜ୍ୟ ସରକାର। କିନ୍ତୁ ଦୀର୍ଘ 18 ବର୍ଷ ପରେ 149 ଟି ବ୍ଲକରେ ମାତ୍ର 35 ପ୍ରତିଶତରୁ ଅଧିକ ଜଳସେଚନ ସୁବିଧା କରାଯାଇ ପାରିଛି । ଅର୍ଥାତ 49ଟି ବ୍ଲକରେ ଏବେ ସୁଦ୍ଧା 35 ପ୍ରତିଶତରୁ କମ୍ ଜମିକୁ ଜଳସେଚନ ସୁବିଧା ମିଳିପାରୁଛି। ସାରା ରାଜ୍ୟରେ ଜଳସେଚନର ଦୟନୀୟ ଚିତ୍ର। ଓଡ଼ିଶା ଚାଷୀଙ୍କ ରୋଜଗାର ଦେଶର ଦ୍ବିତୀୟ ସର୍ବନିମ୍ନ ହେବା ପଛରେ ବି ଏହା ବଡ଼ କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
All over Odisha farmers riot against BJ D government | Argus News