Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗରିବଙ୍କ ପାଇଁ ସବୁ ଯୋଜନା ଫେଲ

Odisha

ଗରିବଙ୍କ ପାଇଁ ସବୁ ଯୋଜନା ଫେଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗରିବଙ୍କ ପାଇଁ ସବୁ ଯୋଜନା ଫେଲ

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାର ଏବଂ  ପଞ୍ଚାୟତ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଆଜି ସରକାରଙ୍କ ଯୋଜନା ରୁ ବଞ୍ଚିତ ହୋଇ ଅତି ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି ଭିମଦା ପଞ୍ଚାୟତ ଚେଙ୍ଗୁଆ ଏବଂ ଶାଳଗାଁ ପଞ୍ଚାୟତ ପାଳପାଟଣା ବାସୀ । ନଜର ପକାନ୍ତୁ ଏହି ଭିମଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମର ପୁରୁଷୋତ୍ତମ ପ୍ରଧାନଙ୍କ ପରିବାର ରହୁଥିବା ଏହି ଭଙ୍ଗା ପରିତ୍ୟକ୍ତ ମାଟି ଘର ଉପରେ । ତେବେ ଫାଇଲିନ୍ ବାତ୍ୟା ରେ ଘର ଭାଙ୍ଗିଯିବା ପରେ ଅର୍ଥ ଅଭାବରୁ ପୁରୁଷୋତ୍ତମ ଏହି ଘରର ମରାମତି କରି ନପାରିବାରୁ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ପବନ ଆସିଲେ ପର ପିଣ୍ଡାରେ ଦିନ ବିତାଉଛନ୍ତି ।

ଏଠି‌ କେବଳ ରାଜ୍ୟ ସରକାର ପ୍ରଚାର ପ୍ରସାରରେ ଲୋକମାନଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି। କାରଣ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଧନି ଲୋକଙ୍କୁ ଦେଇ ଗରିବଙ୍କୁ ଅଣଦେଖା କରୁଛନ୍ତି। ସେହିପରି ବୁଢାବଳଙ୍ଗ ନଦୀ କୂଳରେ ଥିବା ଶାଳଗାଁ ପଞ୍ଚାୟତ ବନ୍ୟା ପ୍ରପୀଡ଼ିତ ପାଳପାଟଣା ଗ୍ରାମର ଦତ୍ତ ହରି ବାଘ ଙ୍କର ମଧ୍ୟ ସମାନ ପରିସ୍ଥିତି। ଦିର୍ଘ ୪୦ ବର୍ଷ ହେବ ପଞ୍ଚାୟତ ରୁ ବ୍ଲକ୍ କାର୍ଯ୍ୟାଳୟ କୁ ଧାଇଁ ଧାଇଁ ହନ୍ତସନ୍ତ ହେଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଦୁଃଖ ପ୍ରଶାସନ ଶୁଣୁ ନାହାଁନ୍ତି କି ଏହି ଦତ୍ତ ହରି ବାଘଙ୍କ ନାମ୍ ପଞ୍ଚାୟତ କି ବ୍ଲକ୍ ରେ ଆବାସ ଯୋଜନା ଲିଷ୍ଟରେ ନାଁ ଆସୁନି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All schemes for poor people have failed | Argus News