Videos
|
Odisha

School Closed / ସରକାରଙ୍କ ଘୋଷଣା: ଆସନ୍ତା ୫ ଦିନ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ ପୁରା ଅପଡେଟ୍‌...

Banajyotshna Ray
Browse all articles by Banajyotshna Ray
·32 mins ago·2 min read
ସରକାରଙ୍କ ଘୋଷଣା: ଆସନ୍ତା ୫ ଦିନ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ ପୁରା ଅପଡେଟ୍‌...
School Closed

Key Points

ଆସନ୍ତା ୫ ଦିନ ସବୁ ସ୍କୁଲ ବନ୍ଦ ରହିବ। ଏନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଯାହାକୁ ନେଇ ପିଲାମାନେ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି।
ଆସନ୍ତା ୫ ଦିନ ସବୁ ସ୍କୁଲ ବନ୍ଦ ରହିବ। ଏନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଯାହାକୁ ନେଇ ପିଲାମାନେ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି। ଲଗାତାର ୫ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ। ଅଭିଭାବକମାନେ ପିଲାମାନଙ୍କ ସ୍କୁଲ ଛୁଟି ବିଷୟରେ ଅବଗତ ରହିବା ଆବଶ୍ୟକ। ତେବେ କେଉଁ ଦିନଠାରୁ ସବୁ ସ୍କୁଲ ବନ୍ଦ ରହିବ ଜାଣି ରଖନ୍ତୁ। ଆସୁଛନ୍ତି ଭିଘ୍ନବିନାଶକ। ସଜେଇ ହେଲାଣି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ। ଆଉ ୨ ଦିନ ପରେ ପୂଜା ପାଇବେ ପ୍ରଭୁ ଗଶେଶ ଠାକୁର। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାଜଧାନୀ ଭୁବନେଶ୍ୱର ତୋରଣରେ ସଜେଇ ହେଲାଣି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପୂଜା ପାଇବେ ବିଘ୍ନବିନାଶକ। ଗଣେଶ ପୂଜା ଓ ନୂଆଁଖାଇ ପାଇଁ ସ୍କୁଲଗୁଡ଼ିକରେ ଲଗାତାର ୩ ଦିନ ଛୁଟି ରହିବ। ଏହାସହ ଅନ୍ୟାନ୍ୟ ଛୁଟି ବିଷୟରେ ଜାଣି ରଖନ୍ତୁ।''

.ଛୁଟିଦିନ ସୂଚୀ ଜାଣି ରଖନ୍ତୁ:

୧୪ ସେପ୍ଟେମ୍ବର (ସୋମବାର): ଗଣେଶ ପୂଜା (ସ୍କୁଲରେ ପାଳନ/ଛୁଟି)
୧୫ ସେପ୍ଟେମ୍ବର (ମଙ୍ଗଳବାର): ନୂଆଁଖାଇ (ସରକାରୀ ଛୁଟି)
୧୬ ସେପ୍ଟେମ୍ବର (ବୁଧବାର): ନୂଆଖାଇ ପରଦିନ ସ୍କୁଲ ଛୁଟି
୧୨ ତାରିଖ (ଦ୍ୱିତୀୟ ଶନିବାର) ଏବଂ ସେପ୍ଟେମ୍ବର ୧୩ ତାରିଖ (ରବିବାର) ପଡ଼ୁଥିବାରୁ, ଅନେକ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପ୍ରାୟ ୫ ଦିନର ଲଗାତାର ଛୁଟି ମିଳିପାରେ‌।''

ଏଥିସହ ପଢ଼ନ୍ତୁ: କ୍ୟାମିକାଲ୍ ଦେଇ ପଚାଯାଉଛି କି କଦଳୀ? ୧୫ ଗୋଦାମରେ ଫୁଡ୍ ସେଫ୍ଟି ରେଡ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ସରକାର ରାଜ୍ୟରେ ଆସିବା ପରଠାରୁ ଅନେକ ଜିନିଷ ଉପରେ ପରିବର୍ତ୍ତନ ହୋଇଛି। ନୂଆଁଖାଇ ଏବଂ ନୂଆଁଖାଇ ପରଦିନ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆଉ କେଇଟା ଦିନ ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଗାଁଠୁ ସହର ସବୁଠି ଏବେ ଉତ୍ସବର ମାହୋଲ, ଚଳଚଞ୍ଚଳ ପୂରପଲ୍ଲୀ। ନୂଆଁଖାଇ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଅନେକ ଗାଁରେ ଶୁଭୁନି ହସଖୁସିର କୋଳାହଳ। ନୂଆ ଧାନର ବାସ୍ନା ଆଉ ମାଟି ଘରର ଲିପାପୋଛା। ପଶ୍ଚିମ ଓଡ଼ିଶାର ପ୍ରତିଟି କୋଣ ଅନୁକୋଣରେ ଏବେଠୁ ଲାଗିଲାଣି ନୂଆଁଖାଇର ଧୂମ। ଘରର ବଡ଼ବଡୁଆଙ୍କୁ ପ୍ରଣାମ କରି ଏକାଠି ବସି ନବାନ୍ନ ଖାଇବାର ପରମ୍ପରା ବେଶ୍ ପୁରୁଣା।''ସେପଟେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଯାହାକୁ ଦୃଷ୍ଟିରେ ରଖି ଆଜି ସ୍କୁଲ ଗୁଡିକ ବନ୍ଦ ଥିଲା। ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories