Videos
|
Odisha

Raid in Banana Godowns / କ୍ୟାମିକାଲ୍ ଦେଇ ପଚାଯାଉଛି କି କଦଳୀ? ୧୫ ଗୋଦାମରେ ଫୁଡ୍ ସେଫ୍ଟି ରେଡ୍

Bikash Mohanty
Browse all articles by Bikash Mohanty
·31 mins ago·2 min read
କ୍ୟାମିକାଲ୍ ଦେଇ ପଚାଯାଉଛି କି କଦଳୀ? ୧୫ ଗୋଦାମରେ ଫୁଡ୍ ସେଫ୍ଟି ରେଡ୍
BANANA

Key Points

ଭୁବନେଶ୍ବରରେ କଦଳୀ ଗୋଦାମରେ ରେଡ୍
ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ କରିଛି  ରେଡ୍
କ୍ୟାମିକଲ୍ ଦେଇ ଆଗୁଆ ଫଳ ପଚାଉ ଥିବା ଘଟଣା ସାମ୍ନାକୁ ଆସିଛି।
ଭୁବନେଶ୍ୱର,୧୧/୦୯:  ରାଜଧାନୀ ଭୁବନେଶ୍ବରର କଦଳୀ ଗୋଦାମରେ  ରେଡ। ରେଡ୍ ମାରିଛି ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ। କଦଳୀ ଓ ଅନ୍ୟାନ୍ୟ ଫଳକୁ ଶୀଘ୍ର ପଚାଇ ବଜାରକୁ ଛାଡ଼ିବା ଅଭିଯୋଗରେ ହୋଇଛି ରେଡ୍।  ଗୋଦାମରେ ଫଳ ପଚାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଅଭିଯୋଗ ପରେ ଆକ୍ସନ୍‌କୁ ଆସିଛି ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ। ଏକାଧିକ କଦଳୀ ଓ ଫଳ ଗୋଦାମରେ ସ୍ପେସାଲ୍ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫ଟି ଗୋଦାମରେ ରେଡ୍ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଗୋଦାମରୁ ପୁଳାପୁଳା ରାସାୟନିକ ବୋତଲ ଜବତ କରାଯାଇଛି। ଫଳକୁ ଶୀଘ୍ର ପଚାଇବା ପାଇଁ ଇଥୋଫୋନ୍ (Ethephon) ନାମକ ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଟିମ୍‌ର ଯାଞ୍ଚରୁ ସାମ୍ନାକୁ ଆସିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗୋଦାମରେ ରଖାଯାଉଥିବା କଞ୍ଚା କଦଳୀ ଓ ଅନ୍ୟାନ୍ୟ ଫଳକୁ ପ୍ରାକୃତିକ ଭାବେ ପାଚିବା ପାଇଁ ସମୟ ଦେବା ପରିବର୍ତ୍ତେ ରାସାୟନିକ ପଦାର୍ଥର ସହାୟତା ନିଆଯାଉଥିବା ଅଭିଯୋଗ ରହିଛି। ଅଳ୍ପ ସମୟ ମଧ୍ୟରେ ଫଳକୁ ପଚାଇ ବଜାରକୁ ପଠାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ ହେଉଥିବା ସନ୍ଦେହ କରାଯାଉଛି। ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟର ସ୍ପେସାଲ୍ ଟିମ୍ ଏକାଧିକ ସ୍ଥାନରେ ଏକକାଳୀନ ଭାବେ ଚଢ଼ାଉ କରି ଗୋଦାମଗୁଡ଼ିକରେ ଫଳ ପଚାଇବା ପ୍ରକ୍ରିୟା ଯାଞ୍ଚ କରିଛନ୍ତି। ଗୋଦାମରେ ଥିବା କଦଳୀ ଓ ଅନ୍ୟାନ୍ୟ ଫଳର ନମୁନା ସଂଗ୍ରହ କରାଯାଇଥିବା ବେଳେ ଜବତ ହୋଇଥିବା ରାସାୟନିକ ପଦାର୍ଥର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

ପଢନ୍ତୁ ଏହି ଖବର: ରାଜଧାନୀରେ କପଲଙ୍କ ଲଙ୍କା କାଣ୍ଡ, ASO ଓ ସାମ୍ବାଦିକଙ୍କୁ କଲେ ଆକ୍ରମଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଢ଼ାଉ ବେଳେ ଏତେ ପରିମାଣରେ ରାସାୟନିକ ବୋତଲ ମିଳିବା ପରେ ଫଳ ବ୍ୟବସାୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। କେତେ ଦିନ ଧରି ଏଭଳି ଭାବେ ଫଳ ପଚାଯାଉଥିଲା? କେଉଁଠୁ ରାସାୟନିକ ପଦାର୍ଥ ଆସୁଥିଲା? ଏହାକୁ କିଏ ଯୋଗାଉଥିଲା? ଏବଂ ଏଭଳି ଭାବେ ପ୍ରସ୍ତୁତ ଫଳ କେଉଁ କେଉଁ ବଜାରକୁ ପଠାଯାଉଥିଲା ତାହାର ଖୋଳତାଡ଼ ଆରମ୍ଭ ହୋଇଛି।

ଫୁଡ୍ ସେଫ୍ଟି ଟିମ୍‌ର ଏହି ଅଭିଯାନ ପରେ ଫଳ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଆଗକୁ ଆହୁରି ଗୋଦାମରେ ଚଢ଼ାଉ କରାଯିବା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ତେବେ ଫଳକୁ ଶୀଘ୍ର ପଚାଇବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହା ଏବେ ବଡ଼ ପ୍ରଶ୍ନ। ଗୋଦାମରୁ ଜବତ ହୋଇଥିବା ରାସାୟନିକ ଓ ଫଳର ନମୁନା ଯାଞ୍ଚ ପରେ ପୂରା ଘଟଣାର ଚିତ୍ର ଅଧିକ ସ୍ପଷ୍ଟ ହେବ।

Related Topics

Explore more stories