ଆଜି ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ ଛୁଟି

ଅର୍ଗସ ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ। ଆଜି ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ ବନ୍ଦ। ଲଗାଣ ବର୍ଷା ଦୃଷ୍ଟିରୁ ଦୁଇଟି ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ। ଦୁଇ ଜିଲ୍ଲାର ସବୁ ପ୍ରକାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ପରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।
ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବେହାଲ୍ ସ୍ଥିତି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବଢିଛି ଅଧିକ ଦୁର୍ଦ୍ଦଶା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଶହ ଶହ ଲୋକେ ପାଣି ଘେରରେ । ପୋଟେରୁ, MPV 16, ବଦିଲି, MV-7, 3, ମାଲକାନଗିରି ମ୍ୟୁନିସିପାଲଟିର 3ଟି ୱାର୍ଡ, ଉଣ୍ଡୁରୁକୋଣ୍ଡା ଅଧିକ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପୋଟେରୁ, ପାଙ୍ଗାମ, ବଦଲି ପୋଲ ଉପରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଣ୍ଡାଘାଟିରେ ମୁଖ୍ୟରାସ୍ତା ଉପରେ ପଥର ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି । ଚିତ୍ରକୋଣ୍ଡାରେ ପିଲିଗଡା ବ୍ରିଜ ଭାଙ୍ଗିଲା ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ଯୋଡ଼ାଆମ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଛି ବନ୍ୟାଜଳ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର