ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲାର ସମସ୍ତ ଶୈବପୀଠ

ଅର୍ଗସ ବ୍ୟୁରୋ: ଶିବ-ଶକ୍ତି, ପ୍ରକୃତି-ପୁରୁଷର ମହାମିଳନ ...ମର୍ତ୍ତ୍ୟରେ ଦେବ ବିବାହ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲାର ସମସ୍ତ ଶୈବପୀଠ । ବ୍ରହ୍ମ ମୁହୁର୍ତ୍ତରେ ଭୋର ସମୟରେ ମହାଦେବ ଓ ମାତା ପାର୍ବତୀଙ୍କର ହାତଗଣ୍ଠି ପଡ଼ିଛି । ରୁଦ୍ର ରୂପ ତ୍ୟାଗ କରି ଜଗତର କଲ୍ୟାଣ ପାଇଁ ଶାନ୍ତ ଓ ଶୀତଳ ହୋଇଛନ୍ତି ମହାଦେବ ।
ସମ୍ବଲପୁର ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବା, ବଡବଜାର ଶୀତେଲେଶ୍ବର ବାବା, ଦୁର୍ଗାପାଲି ଗୁଡେଶ୍ବର ବାବାଙ୍କ ପୀଠରେ ମହାଦେବଙ୍କ ମାନବୀୟ ଲୀଳାରେ ଝୁମୁଛନ୍ତି ଶ୍ରଦ୍ଧାଳୁ । ବୈଦିକ ରୀତିରେ ଯୁଗଳବନ୍ଦୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଭକ୍ତ । ପାରମ୍ପରିକ ରୀତିନୀତିରେ ସମ୍ବଲପୁରରେ ମା ପାର୍ବତୀଙ୍କ ମାନବୀୟ ପିତା ଘର ପକ୍ଷରୁ ମହାଆଡ଼ମ୍ବରରେ ତେଲ ହଳଦୀ ଖେଳ ହେବା ପରେ ଦେବ ବିବାହ ନୀତି ଅନୁସାରେ ମା' ପାର୍ବତୀଙ୍କ ହଳଦୀ ମଖା ମୁହଁ ଦେଖିବାକୁ ପାଇଥିଲେ ଶ୍ରଦ୍ଧାଳୁ।
ବର ବେଶରେ ମହାଦେବ ସଜେଇ ହୋଇ ମଧ୍ୟ ରାତ୍ରିରେ ବିରାଟ ଶୋଭାଯାତ୍ରା ପଟୁଆର ସହ ବରଯାତ୍ରୀ ସହ ବାହାରିଥିଲେ । ଦେବ, ଦାନବ, କିନ୍ନର, ମାନବ ସାଜିଥିଲେ ବରଯାତ୍ରୀ । ଶୀତଳ ଷଷ୍ଠୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର