Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

Ritu Das
Browse all articles by Ritu Das
·2 years ago·1 min read
ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ପ୍ରଭାତ ୩ଟାରେ ପହଡ଼ ଖୋଲିବା ସହ ୩ଟା ୩୦ରେ ହୋଇଛି ମଙ୍ଗଳ ଆଳତୀ ପରେ ଦର୍ଶନ ଆରମ୍ଭ ହୋଇଛି । ଦିନ 11ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରିପାରିବେ ଭକ୍ତ। ରାତି 10ଟାରେ ଉଠିବ ମହାଦୀପ। ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲୋକନାଥଙ୍କ ପୀଠରେ ଗତକାଲିଠାରୁ ପ୍ରଜ୍ବଳିତ ହୋଇଛି ସବୁଠାରୁ ବଡ଼ ଅଖଣ୍ଡ ଦୀପ । ସେହିପରି ବାବା ଧବଳେଶ୍ବର ପୀଠରେ ୪ ପ୍ରହର ପୂଜା ପରେ ରାତି ଗୋଟାଏରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । 

ପୋଲିସ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ବାବା ଆଖଣ୍ଡଳମଣିଙ୍କ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ ହୋଇଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All Shivpithas of | Argus News