ନାବାଳିକାକୁ ବିଜେଡି ନେତା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ
·2 years ago·1 min read

ସମ୍ବଲପୁର: ନାବାଳିକାଙ୍କୁ ବିଜେଡି ନେତା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ । ଥାନାରେ ଅଭିଯୋଗ ପରେ ବି ନବନିର୍ବାଚିତ ବିଧାୟକ ସୁରକ୍ଷାରେ ଅଭିଯୁକ୍ତ । ସମ୍ବଲପୁର ଜୁଜୁମୁରାର ବିଜେଡି ନେତା ନବ କିଶୋର ନାୟକ ୩ ବର୍ଷ ହେବ ଜଣେ ନାବାଳିକାଙ୍କୁ ତାଙ୍କ ଘରେ କାମ କରିବା ପାଇଁ ରଖିଥିଲେ ।
ନାବାଳିକାକୁ ବିଜେଡି ନେତା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପରିବାର ଲୋକ କି କାହା ଆଗରେ ମୁହଁ ଖୋଲିଲେ ହତ୍ୟା ଧମକ ଦିଆଯାଇଥିଲା । କିଛି ଦିନ ପୂର୍ବରୁ ପରିବାର ଲୋକ ନିଜ ଝିଅକୁ ଦେଖିବା ପାଇଁ ଯାଇଥିବାବେଳେ ନାବାଳିକା ସବୁ କଥା କହିଥିଲେ ।
ଏନେଇ ପରିବାର ଲୋକ ଜୁଜୁମୁରା ଥାନାରେ ବିଜେଡି ନେତା ନବ କିଶୋର ନାୟକ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତ ଜଣକ ନବ ନିର୍ବାଚିତ ବିଧାୟକଙ୍କ ସୁରକ୍ଷାରେ ରହିଥିବାରୁ ପୋଲିସ ଗିରଫ କରିନଥିବା ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...