ଓ- ହବର କାର୍ଯ୍ୟକାରୀ ଅଧକ୍ଷ ଓମ୍ କାର ରାୟଙ୍କ ନାରେ ଥାନାରେ ମାମଲା
·1 year ago·1 min read

ଅର୍ଗସ ବ୍ୟୁରୋ : ଓ- ହବର କାର୍ଯ୍ୟକାରୀ ଅଧକ୍ଷ ଓମ୍ କାର ରାୟଙ୍କ ନାରେ ଇନଫୋସିଟି ଥାନାରେ ମାମଲା। ଓମ୍ କାର ରାୟଙ୍କ ଦୁର୍ନିତୀ ସମ୍ପର୍କରେ ତଦନ୍ତ କରିବା ପାଇଁ ପୋଲିସ ନିକଟରେ ଅଭିଯୋଗ କଲେ ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ। ଅଖିଳ ଭାରତ ଭ୍ରଷ୍ଟାଚାରୀ ବିରୋଧୀ ସଙ୍ଗଠନ ପକ୍ଷରୁ ଆବାହକ ସୁବ୍ରତ ନନ୍ଦ୍ ଓ - ହବର କାର୍ଯ୍ୟକାରୀ ଅଧ୍ୟକ୍ଷ ଓମ୍ କାର ରାୟଙ୍କ ବିରୁଦ୍ଧରେ ଇନ୍ଫୋସିଟି ଥାନାରେ ଏତଲା ଦେଇଛନ୍ତି।
ଅଧିକ ପଢନ୍ତୁ : ୨୩ଟି ଷ୍ଟାର୍ଟଅପ କମ୍ପାନୀଙ୍କୁ ଓ-ହବ ଯୋଗାଇ ଦେଇଛି କୋଟି କୋଟି ଟଙ୍କା
ରାଜ୍ୟ ସରକାରଙ୍କୁ ମିଥ୍ୟା ନିଯୁକ୍ତି ପତ୍ର ଦେବା ସହ ଓ-ହବରେ ତାଙ୍କର ବହୁ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ସହ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଆତ୍ମସାତ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଖିଳ ଭାରତ ଭ୍ରଷ୍ଟାଚାରୀ ବିରୋଧୀ ସଙ୍ଗଠନ। ଅଭିଯୋଗକୁ ଥାନା ଅଧିକାରୀ ଏତଲା ରୂପେ ଗ୍ରହଣ କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଗଠନ ଭୁବନେଶ୍ବର DCP ଙ୍କୁ ମଧ୍ୟ ଏହି ଅଭିଯୋଗ ସମ୍ପର୍କରେ ଜଣାଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: