Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଡ଼ ମେଡିକାଲରେ ବଡ଼ ପାପ ! ଚିକିତ୍ସା ହେବାକୁ ଯାଇଥିଲା ରୋଗୀ, ଡାକ୍ତର କଲେ ଦୁଷ୍କର୍ମ ?

Odisha

ବଡ଼ ମେଡିକାଲରେ ବଡ଼ ପାପ ! ଚିକିତ୍ସା ହେବାକୁ ଯାଇଥିଲା ରୋଗୀ, ଡାକ୍ତର କଲେ ଦୁଷ୍କର୍ମ ?

Ritu Das
Browse all articles by Ritu Das
·1 year ago
ବଡ଼ ମେଡିକାଲରେ ବଡ଼ ପାପ ! ଚିକିତ୍ସା ହେବାକୁ ଯାଇଥିଲା ରୋଗୀ, ଡାକ୍ତର କଲେ ଦୁଷ୍କର୍ମ ?

ଅର୍ଗସ ବ୍ୟୁରୋ: ଥମୁନି ଲଜ୍ଜା। କୋଲକାତାରେ ଜଣେ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାରା ଦେଶରେ ପ୍ରତିବାଦ କରାଯାଉଥିବାବେଳେ ପୁଣି କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। 

କଟକ SCBରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 
କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା ବେଳେ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି। ଘଟଣା ପରେ ଅଭିଯୁକ୍ତ ଡାକ୍ତର ମାଡ଼ ଖାଇ ଗୁରୁତର ହୋଇଥିବାବେଳେ ସମ୍ପୃକ୍ତ ଡାକ୍ତରଙ୍କୁ ICUରେ ଭର୍ତ୍ତି କରାଯାଇଛି। ମଙ୍ଗଳାବାଗ ଥାନାରେ ଏହି ଦୁଷ୍କର୍ମ ମାମଲାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegation | Argus News