Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାକ୍ତର ଅବହେଳା ପାଇଁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

Ritu Das
Browse all articles by Ritu Das
·2 years ago·1 min read
ଡାକ୍ତର ଅବହେଳା ପାଇଁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଅର୍ଗସ ବ୍ୟୁରୋ: ଡାକ୍ତରଙ୍କ ଅବହେଳା ପାଇଁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ବର୍ଗ। ଏନେଇ ମେଡିକାଲରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନ ବିରିଡ଼ିହି ଗ୍ରାମର ଅଭିମନ୍ୟୁ ଘଡ଼ାଇଙ୍କ ସ୍ତ୍ରୀ ମଞ୍ଜୁଲତା ଘଡ଼ାଇଙ୍କୁ ଡେଲିଭରି ପାଇଁ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

ପରେ ସେଠାରୁ ଭଦ୍ରକ ଗେଲପୁର ସ୍ଥିତ MCH ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଓ ନର୍ସଙ୍କୁ ପରିବାର ଲୋକ ମହିଳାଙ୍କ କଷ୍ଟକୁ ଦେଖି ଅପରେସନ କରିବା ପାଇଁ କହିଥିଲେ। କିନ୍ତୁ ଡାକ୍ତର ଓ ନର୍ସ ନର୍ମାଲ ହୋଇଯିବ ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଡାକ୍ତର ଓ ନର୍ସଙ୍କ ଠିକ ଭାବେ ଚିକିତ୍ସା କରି ନଥିବାରୁ ପ୍ରସୂତି ଙ୍କ ମୃତ୍ୟୁ ହୋଇଥିଲା ଏନେଇ ବଡ଼ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ସ୍ଥାନୀୟ ମେଡିକାଲ ପରିସରରେ ମୃତକଙ୍କ ସମ୍ପର୍କୀୟ ମାନେ ହୋ ହାଲ୍ଲା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଛି। ତେବେ ଡାକ୍ତର ଓ ଷ୍ଟାଫଙ୍କ ଅବହେଳା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegation of maternal | Argus News