Videos
|
Odisha

ଉଠା ଜଳସେଚନ ବିଭାଗର ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉଠା ଜଳସେଚନ ବିଭାଗର ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ସରକାରୀ ଆକାଉଣ୍ଟରୁ କୋଟିଏରୁ ଅଧିକ ଟଙ୍କା ଗାଏବ। ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗର ଆକାଉଣ୍ଟାଣ୍ଟ ଜାଲିଆତି କରି ସରକାରୀ ଆକାଉଣ୍ଟରୁ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ନାଁରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ରହିଛି ସରକାରୀ ଆକାଉଣ୍ଟ। ଏହି ଆକାଉଣ୍ଟରୁ ଟଙ୍କା ହେରଫେର ହୋଇଛି । ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସୱାର୍ଡ, ଚେକ୍ ଓ ସିଲ୍ ବ୍ୟବହାର କରି ଆକାଉଣ୍ଟାଣ୍ଟ ଏକାଧିକ ଥର ନିଜ ଆକାଉଣ୍ଟକୁ ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ନିଜ ଫାର୍ମ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଯନ୍ତ୍ରୀ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ ଏହି କେସ ଆମ ଅଧୀନରେ ନାହିଁ ଥିବା କହି କେସ ପଞ୍ଜୀକୃତ କରି ନଥିଲେ । ସହକାରୀ ଆକାଉଣ୍ଟାଣ୍ଟା ବଳରାମ ମେହେର ଜଣେ ଆଉଟ ସୋର୍ସିଂ କର୍ମଚାରୀ । ଏତେ ପରିମାଣର ଟଙ୍କା ହଡ଼ପ ହେବା ଯାଏଁ କେମିତି ଜାଣିପାରିଲେନି ନିର୍ବାହୀ ଯନ୍ତ୍ରୀ ସେନେଇ ଉଠିଛି ବଡ଼ ପ୍ରଶ୍ନ। ଘଟଣା ଜଣା ପଡ଼ିବା ପରେ ନିର୍ବାହୀ ଯନ୍ତ୍ରୀ ଅଫିସ୍ ଆସୁ ନାହାନ୍ତି, ଫୋନରେ ବି କିଛି କହିବାକୁ ମନା କରିଦେଇଛନ୍ତି । ସେପଟେ ପୋଲିସ ବି କ୍ୟାମେରା ଆଗରେ କିଛି କହିବାକୁ ରାଜି ନୁହେଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: