Videos
|
Odisha

ପ୍ରଣବ ପ୍ରକାଶ ଦାସଙ୍କ ପରେ ତାଙ୍କର ସହଯୋଗୀଙ୍କ ନାଁରେ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଣବ ପ୍ରକାଶ ଦାସଙ୍କ ପରେ ତାଙ୍କର ସହଯୋଗୀଙ୍କ ନାଁରେ ଅଭିଯୋଗ

ଅର୍ଗସ ବ୍ୟୁରୋ:  ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ନାଁରେ ସାଘାଂତିକ ଅଭିଯୋଗ। ବବି ଦାସଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା କଟକ ଜିଲ୍ଲା ମାହାଙ୍ଗା ଥାନା ସାହାପୁରର ବିଜେଡି ନେତା ପ୍ରକାଶ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣି କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଲେ ନ୍ୟାୟ ପାଇଁ ଲଢେଇ ପରିବାରର ସଭାପତି ସୁବ୍ରତ ଦାସ।

ଏହି ଦାବିପତ୍ରରେ ବିଜେଡି ନେତା ପ୍ରକାଶ ମହାନ୍ତି ବେଆଇନ୍ ଭାବେ ବିଭିନ୍ନ ସ୍ଥାନରେ ଏକର ଏକର ସରକାରୀ ଜାଗା ମାଡି ବସିଥିବା ଅଭିଯୋଗ ହୋଇଛି। ବିଜେଡିର ଏକାଧିକ ବିଧାୟକଙ୍କ ସହଯୋଗରେ ଖଣି ମାଫିଆ, ମଦ ବ୍ୟବସାୟୀ, ଟ୍ରାନ୍ସପୋର୍ଟ କମ୍ପାନୀ ଏବଂ ବାଲିଘାଟରୁ ବଟି ଆଦାୟ କରିବା ସହ ସରକାରୀ ସମ୍ପତ୍ତି ଲୁଟ୍ କରିଥିବା ଅଭିଯୋଗ। ଏହି ଟଙ୍କାରେ ସେ ଅନେକ ଜାଗାରେ ଆଲିସାନ୍ ଫ୍ଲାଟ କିଣିବା ସହ ୭ଟି ବିଳାସପୂର୍ଣ୍ଣ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ପ୍ରକାଶଙ୍କ ସମ୍ପତ୍ତି ଯାଞ୍ଚ କରିବା ସହ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allegations against Pranab Prakash Das and his accomplices | Argus News