Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚିତ ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚିତ ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଅର୍ଗସ ବ୍ୟୁରୋ: ନିର୍ବାଚିତ ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ପୁଣି ସାମ୍ନାକୁ ଆସିଲା ଝାରସୁଗୁଡ଼ାରେ ଅଫିସର୍ ରାଜ୍ । ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ କାନ୍ଦି କାନ୍ଦି ସାଂଘାତିକ ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ । ପୌର ନିର୍ବାହୀ ଅଧିକାରୀ ଗୁଣ୍ଡାଗିରି କରିବା ସହ ମନମୁଖୀ ଶାସନ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ନିର୍ବାଚିତ ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର ଏବଂ ଛୋଟ ଜାତି କହି ଅପମାନିତ କରୁଥିବା କହି ବ୍ରଜରାଜନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ବାଇଁଙ୍କ ବିରୋଧରେ ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ବଡ଼ ଅଭିଯୋଗ କରିଛନ୍ତି । ବୁଧବାର ପୌର ପରିଷଦରେ କାଉନସିଲ୍ ବୈଠକ ଥିବାବେଳେ ବାରମ୍ବାର ଅପମାନିତ କରିବା ସହ ବୈଠକ ବାତିଲ ପାଇଁ କାହିଁକି ଓ କାହା ଇଙ୍ଗିତରେ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଧ୍ୟକ୍ଷା ।

ଏହାସହ ବ୍ରଜରାଜନଗରରେ ଥିବା କିଛି ଠିକାଦାରଙ୍କ ସହ ମିଶି ଅଧ୍ୟକ୍ଷଙ୍କ ଅଜାଣତରେ ଠିକା କାମ ଦେବା ସହ ଦୁର୍ନୀତି କରି ଚାଲିଛନ୍ତି ପୌର ଅଧିକାରୀ । ସେପଟେ ଜୀବନ ପ୍ରତି ବିପଦ ଥିବା କହିବା ସହିତ ଯଦି ତାଙ୍କର କିଛି ହୁଏ ତାହେଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଉପ ନଗରପାଳ ଗୋପାଲ ସୀତାନି ଦାୟୀ ରହିବେ ବୋଲି ସେ କହିଛନ୍ତି । ପୌର ଅଧିକାରୀଙ୍କ ବଦଳି ସହ ଦୁର୍ନୀତି ଅଭିଯୋଗରେ ତଦନ୍ତ ଓ ଗିରଫ ଦାବି କରିଛନ୍ତି ବ୍ରଜରାଜନଗର ପୌର ଅଧକ୍ଷା । ପୂର୍ବରୁ ଝାରସଗୁଗୁଡ଼ା ପଣ୍ଡରି ପଞ୍ଚାୟତରୁ ଆସିଥିଲା ଏପରି ଅଫିସର୍ ରାଜର ଅଭିଯୋଗ । ବିଡିଓ ବିନୟ ପଟେଲ ବିକାଶ କାମରେ ବାଧକ ସାଜିଥିବା ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଥିଲେ ପଞ୍ଚାୟତ ସମିତି ସଭ୍ୟା କ୍ଷୀରାବତି ସାହୁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored