Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ

Odisha

ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ

Manini Pattanayak
Browse all articles by Manini Pattanayak
·1 year ago·2 min read
ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ

ମାଲକାନଗିରି:  ବିଜେଡି ଶାସନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଂଘାତିକ କେଳେଙ୍କାରୀ । ମାଲକାନଗିରି ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି । ମତ୍ସ୍ୟ ବିଭାଗ ସହାୟତାରେ ଖୋଳାଯାଇଛି ବଡ଼ ବଡ଼ ପୋଖରୀ । ଜଙ୍ଗଲ ଜମିରେ ନରେଗା ଯୋଜନାରେ ତିଆରି ହୋଇଛି ରାସ୍ତା । ଅଭିଯୋଗ, ପୂର୍ବ ବିଜେଡି ଶାସନ ସମୟରେ ମାଲକାନଗିରି ମୋଟୁରେ ହୋଇଛି ଏ ସାଂଘାତିକ କେଳେଙ୍କାରୀ ।  
 
 ନିଛାଟିଆ ଜଙ୍ଗଲ, ତା ଭିତରେ ଦୀର୍ଘ ମାଟି ରାସ୍ତା। ଆଉ ଶେଷରେ ତାରବାଡ଼ ଘେରା ଏ ଅଞ୍ଚଳ। ବଡ଼ ବଡ଼ ଅଟ୍ଟାଳିକା, ଗୋଦାମ ଘର। ବଡ଼ ବଡ଼ ପୋଖରୀ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିଛି । ପୁଣି ଭିତରେ ଥୁଆ ଯାଇଛି ଜେସିବି ମେସିନ୍ ଆଉ ଟ୍ରାକ୍ଟର। ଇଏ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳ।  326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଜଙ୍ଗଲ ଭିତରେ ସାବେରୀ ନଦୀ କୂଳରେ ହୋଇଛି ନିର୍ମାଣ। ଯାହାର ନାଁ ଇସଲାମ ନଗର । ଆସିଛି ସାଂଘାତିକ ଅଭିଯୋଗ, ଜଣେ ବ୍ୟକ୍ତି ପ୍ରାୟ ପ୍ରାୟ 100 ଏକର ଜଙ୍ଗଲ ଜମି ବେଆଇନ ଜବରଦଖଲ କରି କରିଛନ୍ତି ବେଆଇନ ନିର୍ମାଣ। 

 ଅଭିଯୋଗ, ପୂର୍ବ ବିଜେଡି ଶାସନ ସମୟରେ ମାଲକାନଗିରି ମୋଟୁରେ ହୋଇଛି ଏ ସାଂଘାତିକ କେଳେଙ୍କାରୀ। ଜବରଦଖଲ ହୋଇଥିବା ଏ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ପୋଖରୀ ଖୋଳା ପାଇଁ ମତ୍ସ୍ୟ ବିଭାଗ ଯୋଗାଇ ଦେଇଛି ଆର୍ଥିକ ସହାୟତା। ସରକାରୀ ଉଠାଜଳସେଚନ ପ୍ରକଳ୍ପ ବି କରାଯାଇଛି ।   ସବୁଠାରୁ ବଡ଼ କଥା ହେଲା ତହସିଲଦାରଙ୍କଠାରୁ ନେଇ ସ୍ଥାନୀୟ ରେଞ୍ଜର ଜଙ୍ଗଲ ଜମି ଜବରଦଖଲ ବାବଦରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ସବୁ ଜଣା। କିନ୍ତୁ କଥାରେ ନାହିଁ ତାଳମେଳ । ତହସିଲଦାର ଏହାକୁ ସଂରକ୍ଷିତ ଜଙ୍ଗଲ କହୁଥିବାବେଳେ, ରେଞ୍ଜର କହିଛନ୍ତି ରାଜସ୍ବ ଜଙ୍ଗଲ। ଅନ୍ୟପଟେ ଜବରଦଖଲ ଉଚ୍ଛେଦ ନେଇ ପରସ୍ପର ଉପରକୁ ଦୋଷ ଠେଲୁଛନ୍ତି।   ପ୍ରଶ୍ନ ହେଲା ଜଙ୍ଗଲ ଜମି ଜବରଦଖଲ ପଛରେ ରହିଛି କାହାର ସମ୍ପୃକ୍ତି ? କାହା ସହଯୋଗ ଓ ସୁରକ୍ଷାରେ ହୋଇଛି ଏମିତି କାରନାମା ? ଜବରଦଖଲ ଜମିରେ ସରକାରୀ ପ୍ରକଳ୍ପ ହେଲା କେମିତି ? କେଳେଙ୍କାରୀ ପଛରେ ରହିଛି କି ସ୍ଥାନୀୟ ବିଜେଡି ନେତାଙ୍କର ହାତ ? ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସତ୍ବେ ସବୁ ଜାଣି କାହିଁକି ଚୁପ୍ ବସିଛି ମାଲକାନଗିରି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Allegations of confiscation of about 100 acres of forest land | Argus News