Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗିର ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଲାଙ୍ଗିର ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ ଅଭିଯୋଗ

ଅର୍ଗସ ବ୍ୟୁରୋ:  RTIରେ ହସ୍ତ ଗତ ହୋଇଥିବା ଏହି ଦସ୍ତାବିଜ ଉପରେ। ୟୁନଭରସିଟି ଗ୍ରାଣ୍ଟ କମିଶନ ଦେଇଥିବା ଚିଠି ଅନୁସାରେ ଆନ୍ନମଲାଇ ୟୁନଭରସିଟିରେ ୨୦୧୪/୧୫ ବର୍ଷ ପରେ ଡିଷ୍ଟାନ୍ସ ଓ ଅନଲାଇନ ପାଠ୍ୟକ୍ରମ ଆଉ ବୈଧ ନୁହେଁ। କିନ୍ତୁ ୨୦୧୯ ରେ ଆନ୍ନାମଲାଇ ୟୁନଭରସିଟିରୁ ବିଇଡି ସାର୍ଟିଫିକେଟ ହାତେଇଛନ୍ତି ଗାୟତ୍ରୀ ମଲ୍ଲିକ। ଗାୟତ୍ରୀ ମଲ୍ଲିକ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜଲିଆଦର୍ହ ହାଇସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି।

ଗାୟତ୍ରୀଙ୍କ ସ୍ବାମୀ ଜିତେନ୍ଦ୍ର ମଲ୍ଲିକ ମଧ୍ୟ ବିଏ ଚୌଧୁରୀ ଚରଣ ସିଂ ବିଶ୍ବବିଦ୍ୟାଳୟ ମେରଟରୁ ବିଇଡି ଏବଂ କାମରାଜ ୟୁନଭରସିଟିରୁ ବିଏ ସାର୍ଟିଫିକେଟ ଆଣି ଚାକିରି କରୁଛନ୍ତି। ଜିତେନ୍ଦ୍ର ମଲ୍ଲିକ ବର୍ତମାନ ଅନୁଗୁଲ ଜିଲ୍ଲା କନିହାଁ ବ୍ଲକ କଟାପାଲି ହାଇସ୍କୁଲରେ ଶିକ୍ଷକ ଅଛନ୍ତି। ବଲାଙ୍ଗିର ଜିଲ୍ଲାରେ ଫେକ୍ ସାର୍ଟିଫିକେଟ ଘଟଣା ଜଣାପଡିବା ପରେ ତତ୍କାଳୀନ ବଲାଙ୍ଗିର ଏସପି ଏବଂ ଜିଲ୍ଲାପାଳ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ।

ସଂଦେହରେ ଥିବା ଅନେକ ଶିକ୍ଷ କଙ୍କ ବିଏ ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ସଂପୃକ୍ତ ବିଶ୍ବବିଦ୍ୟାଳୟ ମାନଙ୍କୁ ଚିଠି ଲେଖିଥିଲେ। ସଂପୃକ୍ତ ୟୁନଭରସିଟି ତରଫରୁ ସାର୍ଟିଫିକେଟ ଯାଞ୍ଚ ରିପୋର୍ଟ ଆସିଛି। କିନ୍ତୁ ଉଭୟ ବଲାଙ୍ଗିର ଏବଂ ଅନୁଗୁଲ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଚାପୁଥିବା ଚର୍ଚ୍ଚା ହେଉଛି। ନକଲି ଶିକ୍ଷ କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ସେହିପରି ମୂରିବାହାଲ ବ୍ଲକ ସାଲେପଡା ପ୍ରାଥମିକ ବିଦ୍ୟାଳୟରେ ୩୨ବର୍ଷ ହେଲା କାର୍ଯ୍ୟରତ ସେବତୀ ଦାସ। କିନ୍ତୁ ତାଙ୍କ ଶିକ୍ଷାଗତ ପ୍ରମାଣପତ୍ର,ଜାତି ପ୍ରମାଣପତ୍ର ସହ ନିଯୁକ୍ତି ପତ୍ର ଏବଂ ଚାକିରି କରୁଥିବା ନାମକୁ ନେଇ ସଂଦେହ ସୃଷ୍ଟି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
Allegations of fake teachers in Balangir district | Argus News