Videos
|
Odisha

ପରୀକ୍ଷା ଦେଇନାହାନ୍ତି ଛାତ୍ରଛାତ୍ରୀ, ହେଲେ ଏକ୍ସଟରନାଲଙ୍କ ପାଖକୁ ଗଲା ଖାତା

Smruti Parija
Browse all articles by Smruti Parija
·2 years ago·2 min read
ପରୀକ୍ଷା ଦେଇନାହାନ୍ତି ଛାତ୍ରଛାତ୍ରୀ, ହେଲେ ଏକ୍ସଟରନାଲଙ୍କ ପାଖକୁ ଗଲା ଖାତା

ଅର୍ଗସ ବ୍ୟୁରୋ: ହୀରାକୁଦ ଡିଗ୍ରୀ କଲେଜ ପରୀକ୍ଷା ପରିଚାଳନାରେ ତ୍ରୁଟି ହୋଇଥିବା ଅଭିଯୋଗ l ଗତ 3 ଓ 4 ତାରିଖରେ କଲେଜର ବାଣିଜ୍ୟ ପାଠ୍ୟକ୍ରମର BSM ବିଷୟର ପରୀକ୍ଷା ହୋଇଥିଲା । ପରୀକ୍ଷାରେ ଅନୁପସ୍ଥିତ ଥିବା କିଛି ଛାତ୍ରଛାତ୍ରୀଙ୍କ ଖାତା ବାହ୍ୟ ପରୀକ୍ଷକ ଏକ୍ସଟରନାଲଙ୍କ ଘରକୁ ଖାତା ପଠା ଯାଇଥିବା ଅଭିଯୋଗ ହୋଇଛି । ସେପଟେ କଲେଜ ଅଧକ୍ଷା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ପରୀକ୍ଷାର ନିରିକ୍ଷକ ଅଧ୍ୟାପିକା ଅଭିଯୋଗର ସତ୍ୟତା ଥିବା ଦାବି କରିଛନ୍ତି ।

୫ ଟି ଅଧ୍ୟକ୍ଷଙ୍କ ନୂଆଁ "ଓ" କାର୍ଯ୍ୟକ୍ରମ ପାଇ ହୀରାକୁଦ ଡିଗ୍ରୀ କଲେଜ ପରିକ୍ଷାରେ ତ୍ରୁଟି । ଏପଟି କଲେଜ କର୍ତ୍ତୃପକ୍ଷ ନୁଆଁ ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ । ସେପଟେ ପରିକ୍ଷାରେ ତ୍ରୁଟି ହୋଇଛି । ଯୁକ୍ତ୨ ଦ୍ୱିତୀୟ ବର୍ଷର ପରୀକ୍ଷା ପରିଚାଳନାରେ ତ୍ରୁଟି ହୋଇଥିବା ନେଇ କଲେଜର ଅଧ୍ୟାପିକା ସରିତା ଷଡ଼ଙ୍ଗୀ ଅଭିଯୋଗ ଆଣିଛନ୍ତି l ଜାନୁୟାରୀ 3 ଓ 4 ତାରିଖରେ ବାଣିଜ୍ୟ ଯୁକ୍ତ 2 ଦ୍ୱିତୀୟ ବର୍ଷର ବିଏସଏମ ବିଷୟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ପରୀକ୍ଷାରେ କିଛି ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । କିଛି ଦିନ ପରେ କଲେଜ କର୍ମଚାରୀ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଖାତା ଝାରସୁଗୁଡାରେ ରହୁଥିବା ଏକ୍ସଟରନାଲ ବା ବାହ୍ୟ ପରୀକ୍ଷକଙ୍କ ଘରକୁ ପହଞ୍ଚାଇ ଥିଲେ l ସେଠାରେ ପରୀକ୍ଷକ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଖାତା ନାମ ମାତ୍ର ସଂଶୋଧନ କରି ମାର୍କ ଦେଇଥିବା ଅଭିଯୋଗ ହୋଇଛି l 10 ରୁ 15 ଜଣ ଛାତ୍ରଛାତ୍ରୀଙ୍କୁ ଏମିତି ଅନିୟମିତତା ହୋଇଛି । 

ଝାରସୁଗୁଡାରେ ଖାତା ସଂଶୋଧନ କରିଥିବା ଅଧ୍ୟାପକ ଜଣଙ୍କ ହେଲେ ବାମରା କଲେଜର । ସେ ଝାରସୁଗୁଡାରେ ରହୁଛନ୍ତି । ସେପଟେ କଲେଜର ଅଧ୍ୟକ୍ଷା ସୁମିତ୍ରା ପଣ୍ଡା କହିଛନ୍ତି ଜାଣତରେ ପରୀକ୍ଷାରେ କୌଣସି ତ୍ରୁଟି ହୋଇନାହିଁ । ସବୁ କିଛି ନିୟମ ମୁତାବକ ହୋଇଛି । ୫ ଟି ଅଧ୍ୟକ୍ଷଙ୍କ ନୂଆ "ଓ" କାର୍ଯ୍ୟକ୍ରମ କଲେଜ କର୍ତ୍ତୃପକ୍ଷ ଯୋଗ ଦେଇଥିବା କହିଛନ୍ତି ଅଧ୍ୟକ୍ଷା । 
ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଛି । କଲେଜର ପ୍ରିନ୍ସପାଲ ପଦବୀ ପାଇଁ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହିଥବାରୁ ଏହି ଭଳି ବିବାଦୀୟ ପରିସ୍ଥିତି କଲେଜରେ ସୃଷ୍ଟି ହୋଇଥିବାର ଚର୍ଚ୍ଚା ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...