Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଦିବାସୀ ଇଲାକାରେ ଛାତ୍ରାବାସ ନିର୍ମାଣରେ ଚଞ୍ଚକତା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଦିବାସୀ ଇଲାକାରେ ଛାତ୍ରାବାସ ନିର୍ମାଣରେ ଚଞ୍ଚକତା ଅଭିଯୋଗ

ଅର୍ଗସ ବ୍ୟୁରୋ:  ଆଦିବାସୀ ବହୁଳ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକଠୁ ମାତ୍ର 3 କିଲୋମିଟର ଦୂରରେ ରହିଛି ଶବରପଲ୍ଲି ଛାତ୍ରାବାସ । ହଷ୍ଟେଲ  ମରାମତି ନିମନ୍ତେ ଆଇଟିଡିଏ , ପାରଳାଖେମୁଣ୍ଡି ତରଫରୁ ଆଠ ଲକ୍ଷ ଟଙ୍କା ବିନିମୟ ହୋଇଛି ବୋଲି ଫଳକରେ ଲେଖା ହୋଇଛି । ଛାତ୍ରାବାସର ଏ ଦୟନୀୟ ଦୃଶ୍ୟ ଦେଖି ଆପଣ ଅନୁମାନ କରିପାରୁଥିବେ ମରାମତିରେ କେତେ ଟଙ୍କା ବିନିମୟ ହୋଇଛି । ଅନେକ ଜାଗାରେ ଚଟାଣର ସିମେଣ୍ଟ ପ୍ଲାଷ୍ଟର ଉଠି ରହିଛି । କେଉଁଠି  ଝରକା ଭାଙ୍ଗି ତଳେ ଝୁଲିପଡ଼ିଛି । ଖାଲି ଉପରେ ଉପରେ ଚୂନ ମାରି ଠିକାଦାର ସମସ୍ତ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି ।

ଛାତ୍ରମାନଙ୍କ ପାଇଁ ନାହିଁ ସୁରକ୍ଷିତ ଖେଳ ପଡ଼ିଆ । ନା ଅଛି  ସୁରକ୍ଷା ପ୍ରାଚିର ନା ଅଛି ରୋଷେଇ କରିବା ଲାଗି ଭଲ ରୋଷେଇ ଘର। ପୁରା ଅବ୍ୟବସ୍ଥା ନେଇ ଆଇଟିଡିଏ ପିଏ ଦିଲ୍ଲୀପ କୁମାର ବେହେରାଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ସିଧା ସଳଖ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଖବର ପ୍ରସାରଣ ପରେ ଆଦିବାସୀ ଇଲାକାର ଘୋଟାଲା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of rashness in construction of hostels in tribal areas | Argus News