Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନଗଡ଼ାରେ ପୁଣି ଅନାହାର ମୃତ୍ୟୁ ଅଭିଯୋଗ

Odisha

ନଗଡ଼ାରେ ପୁଣି ଅନାହାର ମୃତ୍ୟୁ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନଗଡ଼ାରେ ପୁଣି ଅନାହାର ମୃତ୍ୟୁ ଅଭିଯୋଗ

ଅର୍ଗସ ବ୍ୟୁରୋ: ନାହିଁନାହିଁରେ ଲୁହ ନିଗାଡୁଛି ନଗଡ଼ା । ଦାରିଦ୍ର୍ୟତାର କଷାଘାତରେ ନଇଁ ପଡୁଛି ମେରୁଦଣ୍ଡ, ଯାଉଛି ଜୀବନ । ନଗଡ଼ା ମଥାରୁ ଲିଭୁନି ଅପପୁଷ୍ଟିର ଅପବାଦ । ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ନଗଡା ତଳଡିହରୁ ପୁଣି ସାମ୍ନାକୁ ଆସିଛି ଭୋକର ବିକଳ ଚିତ୍ର । ତଳଡିହ ଗାଁରେ ଗୁରୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଅନୁସାରେ ଗୁରୁ ପ୍ରଧାନ  ପାଞ୍ଚ ଦିନ ହେଲା ଖାଇବାକୁ ପାଇ ନଥିଲେ। ଦେହ ଅସୁସ୍ଥ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖାଦ୍ୟ ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଗୁରୁ ପ୍ରଧାନଙ୍କ ୧୩ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ମଧ୍ୟ ଅପପୃଷ୍ଟିରେ ମୃତୁ ବରଣ କରିଥିବା ଅଭିଯୋଗ ହୋଇଥିଲା ।

ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ନଗଡ଼ାର ଭାଗ୍ୟ ବଦଳାଇବାରେ ବିଫଳ ହୋଇଛନ୍ତି । ୨୦୧୬ରେ ନଗଡାରେ ଅପପୃଷ୍ଟି କବଳରେ ୧୯ ଶିଶୁଙ୍କ ଜୀବନ ଯିବାପରେ ବଦନାମ ହୋଇଥିଲେ ରାଜ୍ୟ ସରକାର । ଅପପୁଷ୍ଟି ରୋକିବାକୁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ବେ ବି ବିଫଳ ହୋଇଥିଲେ ସରକାର ।  ପ୍ରାୟ ୩ କିଲୋମିଟର କାନ୍ଧରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ, ଆଉ ଜୀବନ ଯିବା ପରେ ପୁଣି ୩ କିଲୋମିଟର କାନ୍ଧରେ ବୁହାହେଲେ ଗୁରୁ ପ୍ରଧାନ। 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ବିଫଳତା ଓ ଚରମ ଅପାରଗତାର ପ୍ରମାଣ ଦେଉଛି ନଗଡ଼ାବାସୀଙ୍କ ଏପରି ଦୁର୍ଦ୍ଦଶା ।

ଦଶନ୍ଦି ଦଶନ୍ଦି ଧରି ପ୍ରତାରିତ ନଗଡ଼ା । ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେବି ବଦଳୁନି ନଗଡ଼ାରେ ଭୋକର ବିକଳ ଚିତ୍ର । ପ୍ରଚୂର୍ଯ୍ୟ ଭରା ସୁକିନ୍ଦା ବ୍ଲକ ଏସିଆ ମହାଦେଶର ସର୍ବବୃହତ କ୍ରୋମ ଉପତ୍ୟକା, ଯେଉଁଠୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି, ସେଇଠି ରହିଛି ନାଗଡା । ଯେଉଁଠି ଆଜିବି ଅପପୃଷ୍ଟିରେ ଆଖି ବୁଜୁଛନ୍ତି ନିରୀହ ଜୁଆଙ୍ଗ ଆଦିବାସୀ। ରିପୋର୍ଟ ଅନୁସାରେ ଯାଜପୁର ଜିଲ୍ଲାରେ 1.29 ଲକ୍ଷ ଛୋଟ ପିଲାଙ୍କ ମଧ୍ୟରୁ 0.78 ପ୍ରତିଶତ ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିସନ ଓ 2.11 ପ୍ରତିଶତ ମଡରେଟ ଆକ୍ୟୁଟ ମାଲନ୍ୟୁଟ୍ରିସନରେ ଆକ୍ରାନ୍ତ । ଯାହାକୁ ନେଇ 2022 ମେ ମାସରେ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଫେଲ ମାରିଛି ରାଜ୍ୟ ସରକାରଙ୍କ ନଗଡ଼ା ମାଷ୍ଟର ପ୍ଲାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
allegations of starvation in nagada | Argus News