Videos
|
Odisha

ଶ୍ମଶାନ ଗୃହ ବିଲ୍‌ କରାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

Ritu Das
Browse all articles by Ritu Das
·1 year ago
ଶ୍ମଶାନ ଗୃହ ବିଲ୍‌ କରାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ।  ୨୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ଧରିଲା ଭିଜିଲାନ୍ସ। ଏକ ସ୍ମଶାନ ଗୃହ ବିଲ କରାଇବା ପାଇଁ ପ୍ରତାପ କାଣ୍ଡିଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗ। 

ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରାପଡିଛନ୍ତି। ତେବେ ଲାଞ୍ଚ ମାବା ଘଟଣା ଗୁପ୍ତରେ ଭିଜିଲାନ୍ସକୁ ଜଣାଇଥିଲେ ପ୍ରତାପ କାଣ୍ଡି । ତଥ୍ୟ ପାଇଁ ଭିଜିଲାନ୍ସ ଟିମ୍ ଛକି ରହିଥିଲେ । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚଢାଉ କରି କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ଧରିଛି ଭିଜିଲାନ୍ସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allegations | Argus News