Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ

Ritu Das
Browse all articles by Ritu Das
·1 year ago·1 min read
ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ଅର୍ଗସ ବ୍ୟୁରୋ: ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ଭୀମଭୋଇ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟରୁ l ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଫଳରେ ଛାତ୍ର ଜଣକ ଆହତ ହେବା ସହିତ ଚିକିତ୍ସା ପାଇଁ ଭୀମ ଭୋଇ ମେଡ଼ିକାଲକୁ ଯିବାକୁ ପଡ଼ିଛି। ଏପଟେ ଘଟଣା ସ୍ଥଳରେ ସିଡବ୍ଲ୍ୟୁସିର କର୍ମକର୍ତ୍ତା ପହଞ୍ଚି କରିଛନ୍ତି ତଦନ୍ତ। 

ଅଭିଯୋଗ ଅନୁସାରେ ଆଜି ସକାଳୁ ଡ୍ରିଲ କ୍ଲାସ ଥିବା ବେଳେ ବିଳମ୍ବରେ ଆସିଥିଲେ ଛାତ୍ର କରନ ସାହୁ। ତେବେ ଏଥିରେ ଉତକ୍ଷିପ୍ତ ହୋଇ କରୋନାକୁ ମାଡ ମାରିଥିଲେ ପିଇଟି ଶିକ୍ଷକ ମନ ମୋହନ ପଟେଲ l ମାଡ ମାରିବା ସମୟରେ ନିକଟରେ ଥିବା ଡ୍ରେନରେ ପଡିଯାଇଥିଲେ ଛାତ୍ର l ଘଟଣାକୁ ଦେଖି ଅନ୍ୟଛାତ୍ର ଛାତ୍ରୀ ମାନେ କରନଙ୍କ ପରିବାର ଏବଂ CWC କୁ ଫୋନ କରିଥିଲେ l କରନଙ୍କ ପରିବାର ଲୋକେ ଏବଂ CWC ର କର୍ମକର୍ତ୍ତାମାନେ ପହଞ୍ଚି ଛାତ୍ର ଜଣକୁ ପ୍ରଥମେ ତରଭା ଗୋଷ୍ଠୀକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ଏବଂ ସିଟି ସ୍କାନ ପାଇଁ ଡାକ୍ତର ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଶିକ୍ଷକଙ୍କ ଏଭଳି ବ୍ୟବହାର ପାଇଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଦୋଷୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଅଭିଭାବକ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged beating | Argus News