Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

Ritu Das
Browse all articles by Ritu Das
·2 years ago
ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧିନସ୍ଥ କୈରାସି ଗ୍ରାମରେ ଘଟିଛି ଅଘଟଣ। ବାରାହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୈରାସି ରାମଚନ୍ଦ୍ରପୁର ସାହିର 60 ବର୍ଷୀୟ ସିମାଞ୍ଚଳ ସ୍ବାଇଁ। ସେହି ଗ୍ରାମର ତ୍ରିନାଥ ସାହୁଙ୍କ ଜମିରେ କାମ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି। 

ଏନେଇ ମୃତ ସିମାଞ୍ଚଳଙ୍କ ପୁଅ ତୋଫାନ ସ୍ବାଇଁ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged death of a | Argus News