Videos
|
Odisha

ଝାଡାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ଝାଡାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅର୍ନ୍ତଗତ ଲଖପାଲି ଗ୍ରାମରେ ଝାଡାବାନ୍ତିରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆହୁରୀ ୨ ଜଣ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଲଖପାଲି ଗ୍ରାମରେ ଦୁଇଟି ଓ୍ବାର୍ଡରେ ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ପିଇବା ପାଣି ପାଇଁ ୪ଟି ନଳକୂପ ସହ ଓଭରହେଡ ପାଣି ଟାଙ୍କି ରହିଛି। ଗ୍ରାମରେ କୌଣସି ଡ୍ରେନ ନାହିଁ ତେଣୁ ରାସ୍ତାଘାଟ ସଫାସୁତୁରା ରହିଛି।

ହେଲେ କଣ ପାଇଁ ଗ୍ରାମରେ ଝାଡାବାନ୍ତି ବ୍ୟାପୁଛି ତାହା ଜଣାପଡିନାହିଁ। ପାଗ ଯୋଗୁଁ ଲୋକେ ଝାଡାବାନ୍ତି ହେଉଥିବା ଜଣାପଡିଛି। ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଅଭିଯୋଗ ଆସିବା ପରେ ଲଖପାଲି ଗାଁରେ ମେଡିକାଲ ଟିମ ଗାଁରେ ପହଞ୍ଚିଛନ୍ତି। ଜଳଯୋଗାଣ ବିଭାଗ ତରଫରୁ ଜେଇ ମଧ୍ୟ ଲଖପାଲି ଯାଇଁ ନଳକୂପରେ ବ୍ଲିଚିଂ ପକାଉଛନ୍ତି।। ଲୋକଙ୍କୁ ସଚେତନ କରୁଛନ୍ତି। ସେପଟେ ଗାଁ ମୁଣ୍ଡରେ ପୌରପରିଷଦ ତରଫରୁ ଅଳିଆ ଆବର୍ଜନା ପକାଉଥିବାରୁ ଲୋକେ ରୋଗରେ ପଡୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Alleged death of two people in cholera | Argus News