ଚାକିରିର ଆଳ ଦେଖାଇ ଲୁଟୁଥିଲେ କୋଟିକୋଟି, ଗିରଫ କଲା ପୋଲିସ
·2 years ago·1 min read

ବାଲେଶ୍ବର : ଚାକିରି ନାଁରେ ଠକେଇ। ଚାକିରି ସହ ଲାଇସେନ୍ସ କରାଇବା ନାଁରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାଲେଶ୍ବର ସୋର ଅଞ୍ଚଳର ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ରମେଶ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁ ରେ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଛି।
ଅଧିକ ପଢନ୍ତୁ : ନିଜକୁ ଇଡି କହି ଶହ ଶହ ଲୋକଙ୍କ ଠୁ ଠକି ନେଲେ ଟଙ୍କା
ସେହିପରି ୨୦୧୫ ରେ ଶୁଶାନ୍ତ କୁମାର ଦାସଙ୍କଠାରୁ କିରୋସିନ ଡିଲର ଶିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିଲା ରମେଶ। ଉଭୟ ମାମଲାରେ ପୋଲିସ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଅଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: