Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ସମର୍ଥିତ ଯୁବକଙ୍କୁ ଅପହରଣ କରି ହତ୍ୟା ଅଭିଯୋଗ

Ritu Das
Browse all articles by Ritu Das
·2 years ago·1 min read
ବିଜେପି ସମର୍ଥିତ ଯୁବକଙ୍କୁ ଅପହରଣ କରି ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଲିଟିକାଲ ମର୍ଡର ଅଭିଯୋଗ । ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିୟୋଗ । ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଳଚରା ଗାଁ ର ସୁରଥ ନାଏକ ଗତକାଲି ସନ୍ଧ୍ୟା ୬ ଟାରୁ ନିଖୋଜ ଅଛନ୍ତି । ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିବାବେଳେ ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ । 

ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖି ନଥିଲେ । ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ମଧ୍ୟ କୌଣସି ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି । ଘଟଣାରେ କିଛି ବିଜେଡି ନେତା ଓ କର୍ମୀଙ୍କ ସଂପୃକ୍ତି ଥିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ସୀଂସଦ ସଙ୍ଗୀତା ସିଂହଦେଓ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged | Argus News