Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ବ୍ଲକ ନାଥସାହି ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ

Manini Pattanayak
Browse all articles by Manini Pattanayak
·1 year ago·1 min read
ଯାଜପୁର ବ୍ଲକ ନାଥସାହି ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ନଥାସହି ପଞ୍ଚାୟତର ପୋଖରୀ ଖୋଳା, ବୃକ୍ଷ ରୋପଣ ଏବଂ ରସ୍ତା ନିର୍ମାଣ ଉପରେ କାମ ନହୋଇ ଟଙ୍କା ହଡ଼ପ ହୋଇଥିବାର ଅଭିଯୋଗ ଆସିଛି । ବବିଙ୍କ ଖାସ ଅନୁଗତଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବାବ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ସରକାର ପାଖରେ ଦାବି ରଖିଛନ୍ତି ଅଂଚଳ ବାସିନ୍ଦା । 
 
ଅଭିଯୋଗ ଅନୁସାରେ ନାଥସାହି ଗ୍ରାମ ପଞ୍ଚାୟତରେ ଶ୍ୟାମସୁନ୍ଦର ପୋଖରୀ ଉନ୍ନତିକରଣ ଏବଂ ବୃକ୍ଷ ରୋପଣ ନାମରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କାମ ନହୋଇ ବିଲ କରାଯାଇଛି । ଯେଉଁ ରାସ୍ତା କାମ ପାଇଁ ବିଲ ହୋଇଛି ସେହି ରାସ୍ତାର ଉନ୍ନତିକରଣ ହୋଇନାହିଁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଗ୍ରାମବାସୀ ଏହା ଜାଣିବାକୁ ପାଇଥିଲେ । ଏହି ଦୁର୍ନୀତିରେ ବବି ଦାସଙ୍କ ଖାସ ଅନୁଗତ ଯାଜପୁର ବ୍ଲକ ଅଧ୍ୟକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।  ନାଥସାହି ପଞ୍ଚାୟତର ସରପଞ୍ଚ ଆଉ ସେହି ପଞ୍ଚାୟତର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିଛି ଏହି ଲୁଟର ଅଭିଯୋଗ । ଆଉ ଏମାନେ ବବିଙ୍କ ଖାସ । ଏ ସବୁର ମାଷ୍ଟର ମାଇଣ୍ଡ ପୂର୍ବତନ ବିଧାୟକ ବୋଲି କହିଛନ୍ତି ସ୍ଥନୀୟ ବାସିନ୍ଦା। ସେପଟେ ଏହି ଦୁର୍ନୀତି ପ୍ରସଙ୍ଗରେ ବ୍ଲକ ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ପ୍ରତିକ୍ରିୟା ମିଳି ନାହିଁ । ତେବେ ବିଜେପି ସରକାର ଏହି ଘଟଣାକୁ ଗୁରୁତର ସହ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଡି ବସିଛନ୍ତି ସ୍ଥାନିୟ ଗାଁ ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged loot of 10 lakhs in the name of pond improvement, plantation in jajpur | Argus News