Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବବଧୁକୁ ହତ୍ୟା ଅଭିଯୋଗ

Odisha

ନବବଧୁକୁ ହତ୍ୟା ଅଭିଯୋଗ

Ritu Das
Browse all articles by Ritu Das
·1 year ago·1 min read
ନବବଧୁକୁ ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ନବବଧୁକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପଘର ଲୋକ । ଏନେଇ ସୋହେଲା ଥାନାରେ ହେଲା ଅଭିଯୋଗ ।  ଅଭିଯୋଗକ୍ରମେ ସୋହେଲା ଥାନା ଅନ୍ତର୍ଗତ ଶାର୍ଗୁଣାପାଲି ଗ୍ରାମର ମନବୋଧ ବାଗ ତାଙ୍କ ଝିଅ ମନୋଲିସା ବାଗକୁ କଲଙ୍ଗାପାଲି ଗ୍ରାମର ସୁଶାନ୍ତ ବାଗଙ୍କ ପୁଅ ମଳୟ ବାଗଙ୍କୁ ଚଳିତବର୍ଷ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ବିବାହ କରାଇଥିଲେ । 

ସବୁ ଠିକଠାକ୍ ଚାଲିଥିବାବେଳେ ହଠାତ୍ ଗତକାଲି ସୋମବାର ରାତିରେ ମନୋଲିସା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ସନ୍ଦେହକରି ମୃତ ଝିଅର ବାପା ମନବୋଧ ବାଗ ଓ ମାଆ ଯଶୋବନ୍ତୀ ବାଗ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସୋହେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସୋହେଲା ଥାନା ପୋଲିସ ଇନ୍ସପେକ୍ଟର ଶଶୀଭୁଷଣ ମିଶ୍ର ଓ ଷ୍ଟାଫ୍, ସୋହେଲା ଅତିରିକ୍ତ ମାଜିଷ୍ଟ୍ରେଟ ଅଂଶୁମାନ ଷଡ଼ଙ୍ଗୀ , ସମ୍ବଲପୁର ସାଇଣ୍ଟିଫିକ୍ ଅଫିସର ବିଜୟଲକ୍ଷ୍ମୀ ତିର୍କୀ ଓ ଷ୍ଟାଫ୍ ଘଟଣାସ୍ଥଳକୁ ପହଞ୍ଚି ମୃତ ଶରୀରର ଯାଞ୍ଚକରି ପଞ୍ଚନାମା ପାଇଁ ପଠାଇଅଛନ୍ତି । ତେବେ ଶବ ବ୍ୟବଚ୍ଛେଦ ଓ ଅଧିକ ତଦନ୍ତ ପରେ ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇଛି ଜଣାପଡ଼ିବା ନେଇ ତଦନ୍ତକାରୀ ଟିମ୍ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged | Argus News