Videos
|
Odisha

ଗୋଲାବନ୍ଧପଲ୍ଲୀ ଗ୍ରାମରେ ବାରହା ମାଂସ ବିକ୍ରି ଅଭିଯୋଗ: ଜଣେ ଗିରଫ

Ritu Das
Browse all articles by Ritu Das
·2 years ago
ଗୋଲାବନ୍ଧପଲ୍ଲୀ ଗ୍ରାମରେ ବାରହା ମାଂସ ବିକ୍ରି ଅଭିଯୋଗ: ଜଣେ ଗିରଫ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ରେଞ୍ଜର ଗୁଣ୍ଠପଡା ନିକଟରେ ଥିବା ଗୋଲାବନ୍ଧ ପଲ୍ଲୀ ଯିବା ରାସ୍ତାର ଏକ ବିଲ ପାଖରୁ ବାରହା ମାଂସ ବିକ୍ରି କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ। 

ଆଜି ବିଶେଷ ସୂତ୍ରରୁ ଖବର ପାଇ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱ ଏବଂ ବନପାଳ ଶରତ ଚନ୍ଦ୍ର ବେହେରାଙ୍କ ପ୍ରତକ୍ଷ ତତ୍ତ୍ବାବଧାନରେ ଏକ ଟିମ ଗୁଣ୍ଠପଡା ନିକଟରେ ଥିବା ଗୋଲାବନ୍ଧ ପଲ୍ଲୀ ନିକଟରେ ବାରହା ମାଂସ ବିକ୍ରି ପାଇଁ ରଖିଥିବା ପ୍ରାୟ ୧୦ କେଜିର ମାଂସ, ଗୋଟିଏ ସାଇକେଲ ସହ ଅମୁଲ୍ୟ ଗୌଡ଼ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି l 

ଆସିକା ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Alleged sale of | Argus News